ଭୁବନେଶ୍ୱର– ବାତ୍ୟା ଅମ୍ଫୋନ ଏକ ଶିଶୁର ଜୀବନ ନେଇଛି । କାନ୍ଥ ପଡିବା କାରଣରୁ ଏକ ତିନି ମାସର ଶିଶୁର ଜୀବନ ଚାଲି ଯାଇଛି ।
ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ କାଂପଡା ପଂଚାୟତ ଦକ୍ଷିଣପାରି ଗାଁର ବଳରାମ ଦାସଙ୍କ ତିିନି ମାସର ପୁଅ ମୃତ୍ୟୁବରଣ କରିଛି । ଆଜି ଭୋର ସମୟରେ ପବନରେ ତାଙ୍କ ଘରର କାନ୍ଥ ଭାଙ୍ଗି ଯାଇଥିଲା ଓ ଶୋଇଥିବା ଅବସ୍ଥାରେ ଶିଶୁ ଉପରେ ପଡି ଯାଇଥିଲା ।