ଭୁବନେଶ୍ୱର– ବଙ୍ଗୋପ ସାଗରରେ ସୃଷ୍ଟ ମହାବାତ୍ୟା ଅମ୍ଫାନ କାରଣରୁ ଓଡିଶା ହାଇକୋର୍ଟର ଆଜିର କାମକୁ ସସପେଣ୍ଡ କରା ଯାଇଥିବା ଜଣା ପଡିଛି । ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଏ ସକ୍ରାନ୍ତରେ ସୂଚନା ଦିଆ ଯାଇଛି ।
ଏଥିରେ କୁହା ଯାଇଛି ଯେ ଅମ୍ଫନ କାରଣରୁ ବିଜୁଳି, ଇଂଟରନେଟ ସେବା ବାଧାପ୍ରାପ୍ତ ହେବା ଓ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରା ଯାଇଥିବାରୁ ଓ ବାର ର ଅନୁରୋଧ କ୍ରମେ ଏହି ନିଷ୍ପତି ନିଆ ଯାଇଛି ।