– ସ୍ଥାନାନ୍ତରଣ ଦାବିରେ ୨୫ରେ ଧାରଣା ଦେବ କଂଗ୍ରେସ
ଭୁବନେଶ୍ୱର – ଭୁବନେଶ୍ୱର ଉପକଣ୍ଠସ୍ଥିତ ଡାରୁଠେଙ୍ଗ ଡମ୍ପିଂୟାର୍ଡ ତୁରନ୍ତ ସ୍ଥାନାନ୍ତର କରିବାକୁ ଜଟଣୀ ବିଧାୟକ ତଥା ବରିÂ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି । ଉକ୍ତ ଡର୍ମ୍ପିଂ ୟାର୍ଡ ଯୋଗୁଁ ନିକଟରେ ଥିବା ନନ୍ଦନକାନନରେ ବିଭିନ୍ନ ପଶୁ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି । ଏହାର ପ୍ରତିକାର କରାନଗଲେ ଆସନ୍ତା ୨୫ ତାରିଖ ପୂର୍ବାହ୍ନରେ ନନ୍ଦନକାନନ ଗେଟ୍ ନଂ-୨ ରେ ଧାରଣା ଦିଆଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ସୋମବାର ଦିନ କଂଗ୍ରେସ ଭବନ ଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ସମଗ୍ର ଭୁବନେଶ୍ୱର ମହାନଗରନିଗମର ଅଳିଆ ଓ ଆର୍ବଜନା ପାହାଡ଼ ପରି ଗଦାହେବା ଫଳରେ ସେଠିକାର ପରିବେଶ ଅତ୍ୟନ୍ତ ଦୂଷିତ ହୋଇପଡ଼ିଛି । ଦୀର୍ଘଦିନ ହେବ ସେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ରାଜ୍ୟ ସରକାର ଏ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଏହି ପ୍ରଦୁଷଣ ଫଳରେ ବହୁଲୋକ ମୃତୁ୍ୟବରଣ କଲେଣି । ମୁଖ୍ୟ ପ୍ରସଙ୍ଗ ଏହିକି ଯେ ଏବେ ଏହି ଅଳିଆ ଗଦା ଭାରତ ବିଖ୍ୟାତ ନନ୍ଦନକାନନର ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିଛି । ଏଥିରୁ ଜନ୍ମିତ ଭୂତାଣୁ ଦ୍ୱାରା ୫ଟା ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା, ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତୁ୍ୟବରଣ କରିଥିବା ସ୍ଥଳେ ନନ୍ଦନକାନନ କର୍ତୃପକ୍ଷ ଏହି ପଶୁପକ୍ଷୀଙ୍କର ମୃତୁ୍ୟରକାରଣ ଦାରୁଠେଙ୍ଗ ସ୍ଥିତ ଅଳିଆ ଗଦା ବୋଲି ପ୍ରକାଶ ନକରି ସରକାରଙ୍କ ଚାପରେ ନୀରବ ରହିଛନ୍ତି ।
କେବଳ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଂଟାବାଡ଼, ମେଣ୍ଢାଶାଳ ଅଂଚଳର ବାସିନ୍ଦା ନୁହଁନ୍ତି ଭାରତ ପ୍ରଶିଦ୍ଧ ନନ୍ଦନକାନନର ସୁରକ୍ଷା ଦୃଷ୍ଟିର ମଧ୍ୟ ଡାରୁଠେଙ୍ଗ ସ୍ଥିତ ଡମ୍ପିଂୟାଡ଼କୁ ସ୍ଥାନାନ୍ତରଣ କରିବାପାଇଁ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଦାବୀ କରିଛନ୍ତି । ଏହାର ପ୍ରତିକାର କରାନଗଲେ ଆସନ୍ତା ୨୫ ତାରିଖ ବୁଧବାର ଦିବା ୧୦ ଘଂଟା ସମୟରେ ନନ୍ଦନକାନନ ଗେଟ୍ ନଂ-୨ ରେ ଧାରଣା ଦିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।