
-
ବାତ୍ୟା ‘ଅଂଫାନ୍’ ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଂଚଳ ବୁଲି କଲେ ସମୀକ୍ଷା
ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି। ସକାଳ ୮ଟାରେ ମୟୂରଭଞ୍ଜରେ ପହଂଚି ଲୋକମାନଙ୍କ ସହ ମିଶିବା ପରେ ସକାଳ ୧୧ଟାରେ ସେ ବାଲେଶ୍ବରରେ ପହଂଚିଥିଲେ। ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ଏହି ଗସ୍ତ କାର୍ଯ୍ୟକ୍ରମରେ ଅନ୍ୟ ଦଳୀୟ କର୍ମୀମାନେ ତାଙ୍କ ସହିତ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ବାଲିଆପାଳ, ବସ୍ତା ଓ ଭୋଗରାଇ ଅଂଚଳ ବୁଲି ସମୀକ୍ଷା କରିଥିଲେ।
ଏ ନେଇ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିେର୍ଦ୍ଦଶ କ୍ରମେ ଦଳର ସଂଗଠନ ସମ୍ପାଦକ ଶ୍ରୀ ଦାସ ବାଲେଶ୍ବର ଜିଲ୍ଲା ଗସ୍ତ କରିଥିଲେ। ଭୋଗରାଇ, ବସ୍ତା ଓ ବାଲିଆପାଳ ଅଂଚଳ ବୁଲିବା ସହ ସେହି ଅଂଚଳର ନେତା ଓ ସଦର ବ୍ଲକ୍ର ନେତୃବୃନ୍ଦଙ୍କ ସହ ବୈଠକ ବସି ପ୍ରଶାସନକୁ ସହାୟତା ଓ ଲୋକଙ୍କୁ ସହାୟତା କରିବା ପାଇଁ ଆଲୋଚନା ହୋଇଥିଲା। ବିଶେଷ କରି ଜଣେ ବି ମୃତାହତ ନହେବା, ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ବାତ୍ୟା ପରେ ସମସ୍ତ ପ୍ରକାର ସହାୟତା ଲୋକଙ୍କ ପାଖରେ ପହଂଚାଇବା ପାଇଁ ଆଲୋଚନା ହୋଇଥିଲା। ବାଲିଆପାଳ ଓ ଭୋଗରାଇରେ ଯେଉଁ କୋଭିଡ଼ କେନ୍ଦ୍ର ହୋଇଥିଲା ସେଠାରେ ସରପଂଚ ଯେଉଁ ଅର୍ଥ ପାଇବାର ଥିଲା ସେଥିରେ ବିଳମ୍ବ ହୋଇଛି ବୋଲି ଅଭିଯୋଗ ହୋଇଥିଲା। ଶ୍ରୀ ଦାସ ସଙ୍ଗେ ସଙ୍ଗେ ମୁଖ୍ୟ ସଚିବଙ୍କ ସହ କଥା ହୋଇ ଦୁଇ ଘଂଟା ଭିତରେ ଅର୍ଥ ମଞ୍ଜୁର କରାଇଥିଲେ। ଅନ୍ୟ ଅସୁବିଧା ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା।
ପରେ ସେ ଅପରାହ୍ଣ ୫ଟାରେ ଭଦ୍ରକ ଯାଇଥିଲ। ଏହି ଗସ୍ତ କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଭୋଗରାଇ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ କରଣ, ବାଲିଆପାଳ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ବସ୍ତା ବ୍ଲକ ବିଜେଡ଼ି ସଭାପତି ଅନିଲ କୁମାର ମହାନ୍ତି, ସଦର ବ୍ଲକ ବିଜେଡ଼ି ସଭାପତି ବସନ୍ତ କୁମାର ପଣ୍ତା, ଜଳେଶ୍ବର ବ୍ଲକ ବିଜେଡ଼ି ସଭାପତି ଭୂପତି ଚରଣ ମିର୍ଦ୍ଧା, ଜଳେଶ୍ବର ଟାଉନ ବିଜେଡ଼ି ସଭାପତି ଶଙ୍କର ଘୋଷ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ଶ୍ୟାମାପ୍ରସାଦ ବେହେରା, ଜଲ୍ଲା ଉପ ସଭାପତି ଭୂବନାନନ୍ଦ ଦାସ, ଜିଲ୍ଲା ସମ୍ପାଦକ ମନୋଜ କୁମାର ରାଉତ ଓ ଅଜୟ କୁମାର ସାହୁ, ଯୁବ ବିଜେଡ଼ି ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ, ସଦର ବ୍ଲକ ଚେୟାରମେନ ନାରାୟଣ ପ୍ରସାଦ ପ୍ରଧାନଙ୍କ ସମେତ ଅନ୍ୟ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।