ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଡ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁରର ପ୍ରହଲ୍ଲାଦନଗର ଓ ପାଣ୍ଡବନଗର ୨ସାହି ମଧ୍ୟରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି । ୨ ସାହି ମଧ୍ୟରୁ ପାଣ୍ଡବନଗରରେ ବୋମାମାଡ ହେବା ପରେ ୨ସାହିରେ ରହୁଥିବା ଶହ ଶହ ମହିଳା ଓ ପୁରୁଷ ଏହାକୁ ବିରୋଧକରି ଅଞ୍ଚଳରେ ଶାନ୍ତି ଫେରାଇବା ସହ ବୋମାମାଡ କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଗତ ସୋମବାର ସନ୍ଧ୍ୟାରେ ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦନଗରର ଭିକି ଘଡେଇ(୨୪)ଙ୍କୁ ମଦ କାରବାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪ଜଣ ଯୁବକ ତାଙ୍କୁ ଖଣ୍ଡାରେ ଆକ୍ରମଣକରି ଫେରାର ହୋଇଯାଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ତେବେ ଘଟଣା ଘଟିବାର ୨୪ଘଣ୍ଟା ନପୁରୁଣୁ ପୁଣି ସାହିରେ ବୋମାମାଡ ଘଟଣାକୁ ନାପସନ୍ଦ କରିଛନ୍ତି ଅଞ୍ଚଳବାସୀ । ଖବରପାଇ ବଡବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ବେଳେ ବୋମାମାଡ କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ ପ୍ରତିବାଦରେ ସାହିବାସିନ୍ଦାମାନେ ପୋଲିସ ନିକଟରେ ଦାବି ଉପସ୍ଥାପନା କରୁଥିବା ଜଣାପଡିଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସାହିରେ ଅଶାନ୍ତର ବାତାବରଣ ସଷ୍ଟିହୋଇ ରହିଛି ।