ବ୍ରହ୍ମପୁର : ପୁରୁଣା ବସ୍ଷ୍ଟାଣ୍ଡସ୍ଥିତ ଅଟୋ ଓ ରିକ୍ସା ଚାଳକ ସଂଘର ସମସ୍ତ ସଦସ୍ୟଙ୍କୁ ମଙ୍ଗଳବାର ବ୍ରହ୍ମପୁର ବିଜେପି ପକ୍ଷରୁ ମାସ୍କ ସହ ଚାଉଳ, ଡାଲି, ଅଟା, ତେଲଏ ସୋୟାବିନ, ଚୁଡା, ଚିନି, ସେମିୟା ଓ ସାବୁନ୍ ଭଳି ବିଭିନ୍ନ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି ରାସନ ସାମଗ୍ରୀ ବଣ୍ଟନର ଶୁଭାରମ୍ଭ କରିଥିଲେ । ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ପାଳନ କରି ପୁରୁଣା ବସ୍ଷ୍ଟାଣ୍ଡ ଠାରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏନ୍.ରାଜେନ୍ଦ୍ର କୁମାର, ପ୍ରଭାତ କରିଣ ଷଢ଼ଙ୍ଗୀ, ସୁନୀଲ କୁମାର ସାହୁ, ମୋହନ ପାତ୍ର, କିରଣ କୁମାର ସାହୁ ପ୍ରମୁଖ ବିଜେପି ନେତୃବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।
Related Stories
November 23, 2024
November 23, 2024