ଭୁବନେଶ୍ୱର-ବର୍ତମାନ ମହାବାତ୍ୟା ଅମ୍ଫାନ ପାରାଦୀପ ଠାରୁ ୪୭୦ କିମି ଦୂରରେ ରହିଛି ଓ ଏହା ୧୫ କିମି ପ୍ରତି ଘଂଟା ବେଗରେ ଗତି କରୁଛି । ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଆଜି ସଂଧ୍ୟା ସୁଦ୍ଧା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା ସରିବ । ପ୍ରଭାବିତ ହେବାକୁ ଥିବା ଚାରୋଟି ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରୀ ରହିଛି । ବରିଷ୍ଠ ଅଧିକାରୀ ମାନେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବାତ୍ୟା ସମୟରେ ବିଦ୍ୟୁତ କାଟ ନିଷ୍ପତି ଶକ୍ତି ବିଭାଗ ନେବ ।
ସେ କହିଛନ୍ତି ଯେ ବାତ୍ୟା, ପବନ ସମୟରେ ଲୋକ ମାନେ ବାହାରନ୍ତୁ ନାହିଁ । ଘରେ ଶୁଖିଲା ଖାଦ୍ୟ ମହଜୁଦ ରଖନ୍ତୁ ।