ଭୁବନେଶ୍ୱର– ଆଜି ମଧ୍ୟ ଗଂଜାମ ଜିଲ୍ଲା ଏହି ତାଲିକାରେ ସବୁଠାରୁ ଆଗରେ ରହିଛି । ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ରହିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୧୬୮ , ବାଲେଶ୍ୱର ଜିଲ୍ଲାରେ ୧୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୯୫ ଖୋର୍ଧା ଜିଲ୍ଲାରେ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୩୩ ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ୨୮ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ୨୭ ଜଣ, ଅନୁଗୁଳ ଜିଲ୍ଲାରେ ୧୭ ଓ ମୟୁରଭଂଜ ଜିଲ୍ଲାରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୮, ନୟାଗଡ ଜିଲ୍ଲାରେ ୧୦ , ବଲାଙ୍ଗୀର ଜିଲ୍ଲାରେ ୬ ଓ ବୌଦ୍ଧ ଜିଲ୍ଲାରେ ୫ ଜଣ ଆକ୍ରାନ୍ତ ହୋଇଛନ୍ତି । । ସମ୍ବଲପୁର ଜିଲ୍ଲାରେ ୩ ଜଣ କଳାହାଣ୍ଡି, ଝାରସୁଗୁଡା, ଦେବଗଡ, କନ୍ଧମାଳ ୨- ୨ ଜଣ ସଂକ୍ରମିତ ହୋଇଥିବା ବେଳେ କୋରାପୁଟ ଓ ଢେଙ୍କାନାଳ ଓ ସମ୍ବଲପୁର ରେ ୧-୧ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ।