
ଭୁବନେଶ୍ୱର-ସୁଖ୍ୟାତ ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ଦେହାନ୍ତରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ସୁଖ୍ୟାତ ବୈଜ୍ଞାନିକ ଓ ଇସ୍ରୋର ପ୍ରଥମ ଓଡିଆ ମହିଳା ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଡ.ପାଣିଗ୍ରାହୀ ବିପର୍ଯ୍ୟୟ ପରିଚାଳନା, ବାତ୍ୟା, ବନ୍ୟା ଏବଂ ଫସଲ ପରିଚାଳନା କ୍ଷେତ୍ରରେ ୩୦ ବର୍ଷ ଧରି ନିଷ୍ଠାପର ଭାବେ କାମ କରି ସେ ଯେଉଁ ସୁନାମ ଅର୍ଜନ କରଛନ୍ତି ତାହା ଚିର କାଳ ପାଇଁ ଅକ୍ଷୁର୍ଣ ରହିବ । ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।