ଭୁୂୂବନେଶ୍ୱର – ରାଜ୍ୟରେ ଆଉ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୭୮ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଆଜିର ୧୦୯ଟି ମାମଲା ମଧ୍ୟରୁ ଯାଜପୁର ଜିଲ୍ଲାର ୩୧ ଜଣ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ୨୩ (ଗତକାଲି ୨୦ ର ସୂଚନା ଦିଆ ଯାଇଥିଲା) ଓ ଭଦ୍ରକ ଜିଲ୍ଲାର ୨୧ ଜଣ ରହିଛନ୍ତି । ସେହିପରି କେନ୍ଦ୍ରାପଡାର ୮ ଜଣ, ଖୋର୍ଧା, ପୁରୀର ୪ ଜଣ ଏବଂ ବାଲେଶ୍ୱର, ଅନୁଗୁଳ ସମ୍ବଲପୁରର ୨-୨ ଜଣ ତଥା ନୟାଗଡର ଜଣେ ଆକ୍ରାନ୍ତ ଅଛନ୍ତି ।
ରାଜ୍ୟରେ ମୋଟ ପରୀକ୍ଷଣ ସଂଖ୍ୟା ୧ ଲକ୍ଷ ନମୁନାର ପରୀକ୍ଷଣ ହେଲା, ଗତ ୨୪ ଘଂଟାରେ ରାଜ୍ୟରେ ହେଲା ୪୫୩୬ ନମୁନାର ପରୀକ୍ଷଣ
ରାଜ୍ୟରେ ବର୍ତମାନ ଯାଏ ମୋଟ ପରୀକ୍ଷଣ ସଂଖ୍ୟା ଏକ ଲକ୍ଷରୁ ଉର୍ଧ ହୋଇ ସାରିଲାଣି । ରାଜ୍ୟରେ ଗତ ୨୪ ଘଂଟାରେ କରୋନା ପାଇଁ ମୋଟ ୪୫୩୬ ନମୂନାର ପରୀକ୍ଷଣ କରା ଯାଇଛି । ଏହା ଫଳରେ ରାଜ୍ୟରେ ବର୍ତମାନ ଯାଏ ୧୦୦୩୦୨ ନମୁନାର ପରୀକ୍ଷା କରା ଯାଇ ସରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ୯୭୮ ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ପାଂଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ମୋଟ ୬୯୬ ଟି ସକ୍ରିୟ ମାମଲା ରହିଛି ।

ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ
ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ମୃତକ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲାର ଓ ତାଙ୍କର ବୟସ ୭୫ ବର୍ଷ । ତାଙ୍କୁ ୧୭ ତାରିଖ ଦିନ ରାତିରେ ଏମ୍ସରେ ଭର୍ତି କରା ଯାଇଥିଲା ୍ୟ ସେ ଫୁସଫୁସଜନିତ ରୋଗରେ ଆକ୍ରାନ୍ତ ଥିଲେ । ନମୁନା ପରୀକ୍ଷା ପରେ ସେ କରୋନାରେ ସଂକ୍ରମିତ ଥିବା ନେଇ ସୂଚନା ମିଳିଥିଲା । ଏହା ପୂର୍ବରୁ ଖୋର୍ଧା ଓ ଗଂଜାମ ଜିଲ୍ଲାରେ ୨-୨ ଜଣଙ୍କର ମୃତ୍ୟୁ ଘଟି ସାରିଛିା