ଭୁବନେଶ୍ୱର– ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ମୃତକ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲାର ଓ ତାଙ୍କର ବୟସ ୭୫ ବର୍ଷ । ତାଙ୍କୁ ୧୭ ତାରିଖ ଦିନ ରାତିରେ ଏମ୍ସରେ ଭର୍ତି କରା ଯାଇଥିଲା ୍ୟ ସେ ଫୁସଫୁସଜନିତ ରୋଗରେ ଆକ୍ରାନ୍ତ ଥିଲେ । ନମୁନା ପରୀକ୍ଷା ପରେ ସେ କରୋନାରେ ସଂକ୍ରମିତ ଥିବା ନେଇ ସୂଚନା ମିଳିଥିଲା । ଏହା ପୂର୍ବରୁ ଖୋର୍ଧା ଓ ଗଂଜାମ ଜିଲ୍ଲାରେ ୨-୨ ଜଣଙ୍କର ମୃତ୍ୟୁ ଘଟି ସାରିଛିା