ଭୁବନେଶ୍ୱର– ମହାବାତ୍ୟା ଅମ୍ଫନକୁ ଆଖି ଆଗରେ ରଖି ମାଟ୍ରିକ ପରୀକ୍ଷାର ଖାତା ଦେଖାକୁ ସ୍ଥଗିତ ରଖା ଯାଇଛି । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏହି ସୂଚନା ଦେଇଛନ୍ତି ।
ଉେଲ୍ଲେଖନନୀୟ ଯେ ସୋମବାର ଦିନ । ଅମ୍ଫାନ୍ କୁ ଦୃଷ୍ଟିରେ ରଖି ମାଟ୍ରିକ୍ ଖାତା ଦେଖାକୁ ଦିନକ ପାଇଁ ଘୁଂଚାଇ ଦିଆଯାଇଥିଲା । ଆସନ୍ତା ମଇ ୨୦ ପରିବର୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୋମବାର ଦିନ ଲୋକ ସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତି ଗ୍ରହଣ କରା ଯାଇଥିଲା । ତେବେ ଏହି ନିଷ୍ପତିରେ ଆଜି ପରିବର୍ତନ କରା ଯାଇଛି ।