-
ଗତ ୨୪ ଘଂଟାରେ ରାଜ୍ୟରେ ହେଲା ୪୫୩୬ ନମୁନାର ପରୀକ୍ଷଣ
ଭୁବନେଶ୍ୱର- ରାଜ୍ୟରେ ବର୍ତମାନ ଯାଏ ମୋଟ ପରୀକ୍ଷଣ ସଂଖ୍ୟା ଏକ ଲକ୍ଷରୁ ଉର୍ଧ ହୋଇ ସାରିଲାଣି । ରାଜ୍ୟରେ ଗତ ୨୪ ଘଂଟାରେ କରୋନା ପାଇଁ ମୋଟ ୪୫୩୬ ନମୂନାର ପରୀକ୍ଷଣ କରା ଯାଇଛି । ଏହା ଫଳରେ ରାଜ୍ୟରେ ବର୍ତମାନ ଯାଏ ୧୦୦୩୦୨ ନମୁନାର ପରୀକ୍ଷା କରା ଯାଇ ସରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ୯୭୮ ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ପାଂଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ମୋଟ ୬୯୬ ଟି ସକ୍ରିୟ ମାମଲା ରହିଛି ।