ଭୁବନେଶ୍ୱର-ଲକଡାଉନ କାରଣରୁ ରାଜ୍ୟରେ ଗାଡି ଚଳାଚଳକୁ ନେଇ ଲଗା ଯାଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆ ଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ସେ ଟ୍ୱିଟ କରି କହିଛନ୍ତି ଯେ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନରେ ଏ ସମ୍ପର୍କିତ କଟକଣା ଆଉ ରହିବ ନାହିଁ । ରାଜ୍ୟରେ ସମସ୍ତ ପ୍ରକାରର ସରକାରୀ, ବେସରକାରୀ ଓ ବାଣିଜ୍ୟିକ ପରିବହନରେ ଲାଗିଥିବା ସମସ୍ତ ଦୁୁଇ ଚକିଆ ଓ ଚାରି ଚକିଆ ବାହନ ଚଳାଚଳ କରି ପାରିବ । ତେବେ ନିରାପଦ ଡ୍ରାଇଭିଂ କରିବା ସହ ସାମାଜିକ ଦୂରତ୍ୱ ଉପରେ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ଆନ୍ତରାଜ୍ୟ ଯାତ୍ରା ନେଇ ପୂର୍ବବର୍ତୀ ନିର୍ଦେଶାବଳୀ ବଳବତର ରହିଥିବା ସେ କହିଛନ୍ତି ।