ନୂଆଦିଲ୍ଲୀ– ଦେଶରେ କରୋନା ଭାଇରସ ଭୂତାଣୁ ଯୋଗୁଁ ମୃତକଙ୍କ ସଂଖ୍ୟା ୩ ହଜାର ୧୬୩କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ସକାଳୁ ଏହି ସୂଚନା ଦିଆଯାଇଛି । ଏହି ମାରାତ୍ମକ ଭାଇରସରେ ୧ ଲକ୍ଷ ୧ ହଜାର ୧୩୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୫୮ ହଜାର ୮୦୨ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୩୯ ହଜାର ୧୭୩ ଜଣ । ସୋମବାର କେବଳ ୪ ହଜାର ୯୭୦ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୯ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତୁ୍ୟ ହୋଇଛି । ମହାରାଷ୍ଟ୍ରରେ ୩୫ ହଜାର ୫୮ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ୧୨୪୯ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୬୯୪, ମଧ୍ୟପ୍ରଦେଶରେ ୨୫୨, ଓ ପଶ୍ଚିମବଙ୍ଗରେ ୨୪୪ ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୩୮, ଦିଲ୍ଲୀରେ ୧୬୮ ଓ ତାମିଲନାଡୁରେ ୮୩ ଜଣ ଜୀବନ ହାରିଛନ୍ତି ।