ବ୍ରହ୍ମପୁର : ଦୀର୍ଘଦିନଧରି ଗୁଟୁଖା କଳା ବ୍ୟବସାୟ କରି ଆସୁଥିବା ଜଣେ କଳା ବ୍ୟବସାୟୀଙ୍କ ସହ ତାଙ୍କର ୪ଜଣ ସହଯୋଗୀକୁ ଗିରଫ କରିବା ସହ ୨୦ଲକ୍ଷ ଟଙ୍କାର ଗୁଟୁଖା ଓ ଗୁଟୁଖା ସାମଗ୍ରୀ ହିଞ୍ଜିଳି ପୋଲିସ ଜବତ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ପ୍ରକାରେ ହିଞ୍ଜିଳି ଥାନା ଅଧିନସ୍ଥ ପଳାସି ଗ୍ରାମରେ ଦୀର୍ଘଦିନଧରି ବେଆଇନ୍ ଭାବେ ଗୁଟୁଖା ପ୍ରସ୍ତୁତ କରାଯାଉଥିଲା । ରବିବାର ସନ୍ଧ୍ୟାରେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ ବିଶେଷସୂତ୍ରରୁ ଖବରପାଇ ପଳାସି ଗ୍ରାମରେ ଥିବା ମାୱା ଗୁଟଖା କାରଖାନା ଉପରେ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଏକ ଟାଟା ଏସିରେ ଭର୍ତ୍ତି ଥିବା ଗୁଟୁଖା ସାମଗ୍ରୀ ଜବତ କରିବା ସହ କାରଖାନା ଭିତରେ ଥିବା ପ୍ରାୟ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟୁଖା ମାୱା ବ୍ରାଣ୍ଡର ଓ ଗୁଟୁଖା ତିଆରି ମେଶିନ୍କୁ ଜବତ କରିଥିଲେ । ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ୫ଜଣଙ୍କୁ ଗିରଫକରି ହିଞ୍ଜିଳି ପୋଲିସ କୋର୍ଟଚାଲାଣ କରିଥିବା ଜଣାପଡିଛି ।