ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶରୁ ୨୨ଟି ବସ୍ ଯୋଗେ ସୋମବାର ଶ୍ରମିକମାନେ ହଳଦିଆପଦର ବସ୍ଷ୍ଟାଣ୍ଡରେ ପହଞ୍ôଚଛନ୍ତି । ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ ଆଦି ଅଞ୍ଚଳରୁ ଶହ ଶହ ଶ୍ରମିକ ଚାଲି ଚାଲି ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ ପ୍ରଶାସନ ସେମାନଙ୍କୁ ବିଜୟୱାଡା ନିକଟରେ ଅଟକାଇ ୨୨ଟି ବସ୍ରେ ପ୍ରାୟ ୧୧୦୦ ଶ୍ରମିକଙ୍କୁ ଓଡ଼ିଶା ସୀମାନ୍ତ ନିକଟସ୍ଥ ହଳଦିଆପଦର ବସ୍ଷ୍ଟାଣ୍ଡକୁ ପଠାଇଥିବା ଜଣାପଡିଛି । ଏ ସମ୍ପର୍କରେ ରବିବାର ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଏହାର ସମୀକ୍ଷା କରି ଶ୍ରମିକମାନେ ଏଠାରେ ପହଞ୍ôଚବା ପରେ କେମିତି ତାଙ୍କୁ ଅଞ୍ଚଳକୁ ପଠାଇବା ବ୍ୟବସ୍ଥା କରାଯିବ ସେନେଇ ପ୍ରସ୍ତୁତି କରିଥିଲେ । ସୋମବାର ସେମାନେ ପହଞ୍ôଚବା ପରେ ପ୍ରଶାସନ ଓ ଗୋଳନ୍ଥରା ପୋଲିସ ତରଫରୁ ଖାଦ୍ୟ ପ୍ରଦାନ କରାଯାଇଥିଲା । ସମସ୍ତ ଫେରନ୍ତା ଓଡ଼ିଶାରା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୪ଜଣ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ର ହୋଇଥିବା ବେଳେ ଅନ୍ୟମାନେ ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ ଓ ଅନୁଗୁଳ ଜିଲ୍ଲାର ସଦରକୁ ପଠାଇବା ପରେ ସେଠାରୁ ଜିଲ୍ଲାପାଳ ମାନେ ଶ୍ରମିକମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇବା ବ୍ୟବସ୍ଥା କରିବେ ବୋଲି ସୂଚନା ମିଳିଛି । ଏଥିନିମନ୍ତେ ହଳଦିଆପଦର ବସ୍ଷ୍ଟାଣ୍ଡରୁ ୨୫ଟି ବସ୍ କରାଯାଇଥିବା ବେଳେ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ଏନେଇ ଡୁଡା ପ୍ରକଳ୍ପ ଅଧିକାରୀ ସୁଦାମ ଚରଣ ମଣ୍ଡଳ ତଦାରଖ କରି ପଠାଇବା ବ୍ୟବସ୍ଥା କରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ୩୨୪ଜଣଙ୍କୁ ବିଭିନ୍ନ ବ୍ଲକ୍କୁ ପଠାଇବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।
Related Stories
November 25, 2024