ବ୍ରହ୍ମପୁର(ବ୍ୟୁରୋ) : ଗଞ୍ଜାମ ଜିଲ୍ଲାର ବିିଭିନ୍ନ ବ୍ଲକ୍ ଓ ଏନ୍ଏସି ଅଞ୍ଚଳରେ ହୋଇଥିବା ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ(ଟିଏମ୍ସି)ରେ ୨୪ଘଣ୍ଟିଆ କାମ କରୁଥିବା ୩୬୩ଜଣ କର୍ମଚାରୀଙ୍କ ଦେହରେ କରୋନା ନେଗେଟିଭ ରହିଛି । ଏନେଇ ଟ୍ୱିଟ୍କରି ଗଞ୍ଜାମ ଜିଲ୍ଲାପାଳ ଖୁସିବ୍ୟକ୍ତ କରିବା ସହ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିଜକୁ ସୁସ୍ଥ ରଖିବା ସହ ଅନ୍ୟମାନଙ୍କୁ ସୁସ୍ଥ ରଖିବା ପାଇଁ ଯେଉଁ ପରାମର୍ଶ ଦେଉଛନ୍ତି ତାହା ଏଥିରୁ ପ୍ରମାଣିତ ହେଲା ବୋଲି ସୂଚନା ଦେଇଛନ୍ତି । ଦୀର୍ଘଦିନଧରି ଅସ୍ଥାୟୀ ମେଡଇକାଲଖ କ୍ୟାମ୍ପରେ ପ୍ରବାସୀ ଓଡ଼ିଆଙ୍କୁ ସେବା ଯୋଗାଇଦେଇ ଆସୁଥିବା ୩୬୩ଜଣ ଆଗଧାଡିରେ ରହି କାର୍ଯ୍ୟକରି ଆସୁଥିଲେ ।
ସେମାନଙ୍କ ଠାରୁ ଗତ ରବିବାର ଦିନ ସ୍ୱାବ୍ ସଂଗ୍ରହକରି ପରୀକ୍ଷା କରିବା ପାଇଁ ପଠାଯାଇଥିଲା । ସୋମବାର ସମସ୍ତଙ୍କର ନେଗେଟିଭ ଆସିଥିଲା । ଏହି ସୂଚନାକୁ ଗୁରୁତର ଭାବେ ଜିଲ୍ଲାପାଳ ଟ୍ୱିଟ୍କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିବା ସହ ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି । ଜିଲ୍ଲାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପରେ କିପରି ସୁରକ୍ଷିତ ଭାବେ ପ୍ରବାସୀ ଓଡ଼ିଆ ରହୁଛନ୍ତି ଏବଂ ସେମାନଙ୍କୁ ସେବା ଯୋଗାଉଥିବା କର୍ମୀମାନେ କିପରି ସୁରକ୍ଷିତ ରହୁଛନ୍ତି ତାହା ଏହି ପରୀକ୍ଷାରୁ ଜଣାପଡିଛି ।