
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ଵର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ ବାଲେଶ୍ୱରର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ଆହ୍ୱାନରେ ଜିଲ୍ଲା ମହାସଚିବ କୁଶଳ ଚାଟାର୍ଜୀ, ଜିଲ୍ଲା ସାଧାରଣ ସମ୍ପାଦକ କିରଣ କୁମାର ନାଥଙ୍କ ନେତୃତ୍ୱରେ ଏବଂ ଟାଉନ ସଭାପତି ବ୍ରଜକିଶୋର ପ୍ରଧାନଙ୍କ ସହଯୋଗରେ ଗତ ୫ ଦିନ ଧରି ଦୈନିକ ବାଲେଶ୍ୱର ରେଳ ଷ୍ଟେସନରେ ଦିନରାତି ବାହାର ରାଜ୍ୟରୁ ଆସୁଥିବା ଘରବାହୁଡା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଟ୍ରେନରୁ ଓହ୍ଲାଇବା ମାତ୍ରେ ସେମାନଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ସେମାନଂକୁ ପଞ୍ଜିକୃତ କରାଇ ନିଜ ନିଜ ଅଞ୍ଚଳର କ୍ୱାରେନଟାଇନ ସେଣ୍ଟରକୁ ଶୁଖିଲା ଖାଦ୍ୟ ସହ ପଠାଇବା କାର୍ଯ୍ୟରେ ନିୟୋଜିତ ଥିଲେ।
ଏଥିରେ ଏସ.କେ. ସାଜିଦ, ରାହୁଲ ନାୟକ, ସବ୍ୟସାଚୀ ପୃଷ୍ଟି, ଜଗତ ଜୀବନ ମହାନ୍ତି, ଏସ.କେ. ଇବ୍ରାର ହୋସେନ, ବଲାୟତ କାଦରି, ଜୀବନ ସଂଗ୍ରାମ ମିଶ୍ର, ଚିନ୍ମୟ ମହାନ୍ତି, ଶୁଭମ ନାୟକ, ନରୋତ୍ତମ ଦାସ, ସନ୍ଦୀପ ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ।