ବ୍ରହ୍ମପୁର : ଗତ କିଛିଦିନଧରି ବ୍ରହ୍ମପୁର ବିଜେପି ପକ୍ଷରୁ ବିଭିନ୍ନ ଗରିବ ଗୁରୁବା ମାନଙ୍କୁ ଦିଆଯାଉଛି ରାସନ ସାମଗ୍ରୀ । ଏହି ମର୍ମରେ ରବିବାର ଦିନ କମାପଲ୍ଲୀ ଓ ୱାଲିୟା ପେଟ୍ରୋଲ ପମ୍ପ ନିକଟରେ ଗରିବଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଅସହାୟ ସରକାରୀ ସୁବିଧାରୁ ବଞ୍ôଚତ ଗରିବ ପରିବାରଙ୍କୁ ପ୍ରତି ୱାର୍ଡରେ ବୁଲି ବୁଲି ଚିହ୍ନଟକରି ରାସନ ସାମଗ୍ରୀ ପ୍ରଦାନ କରାଯାଉଛି । ରବିବାର ଦିନ ୧୫୦ରୁ ଊର୍ଦ୍ଧ୍ୱ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିବା ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି କହିଥିଲେ । ଏହି ଅବସରରେ ଗୋପୀନାଥ ପଣ୍ଡା, ପ୍ରଭାତ ଷଢ଼ଙ୍ଗୀ, ଶରତ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
Related Stories
November 22, 2024