ଭୁବନେଶ୍ୱର, ୧୭ ମଇ (ହି.ସ.) ବାତ୍ୟା ଅମ୍ଫାନକୁ ନେଇ ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ କୁହା ଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସ୍ଥାନାନ୍ତରଣ କେନ୍ଦ୍ର ଗୁଡିକୁ ଚିହ୍ନଟ କରା ସରିଚି । ସମ୍ପୂର୍ଣ ତଥ୍ୟ ମିଳି ସାରିବା ପରେ ଲୋକ ମାନଙ୍କୁ ସ୍ଥାନାନ୍ତରଣ କରା ଯିବା ସମ୍ପର୍କରେ ନିଷ୍ପତି ଗ୍ରହଣ କରା ଯିବ ।
ସେ କହିଛନ୍ତି ଯେ ଚାରୋଟି ଜିଲ୍ଲା ଜଗତସିଂହପୁୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ଅଧିକ କ୍ଷତି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ପୂର୍ଣ ତଥ୍ୟ ମିଳି ସାରିବା ପରେ ହିଁ ସ୍ଥାନାନ୍ତରଣ ସମ୍ପର୍କରେ ଚୁଡାନ୍ତ ନିଷ୍ପତି ଗ୍ରହଣ କରା ଯିବ ବୋଲି ସେ ସୂଚନା ଦେଇଛନ୍ତି ।
Related Stories
November 25, 2024