ଭୁବନେଶ୍ୱର, ୧୭ ମଇ (ହି.ସ.) ଗତ ୨୪ ଘଂଟାରେ କରୋନା ଆକ୍ରାନ୍ତ ହୋଇଥିବା ଲୋକଙ୍କ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରତ ଫେରନ୍ତା ଓ ସେମାନେ କ୍ୱାରେଂଟାଇନରେ ଥିଲେ । ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାରୁ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ରାପଡାର ଜଣେ ଆକ୍ରାନ୍ତ ସୁରତରୁ ଫେରିଥିଲେ ଓ ସେ ମଧ୍ୟ କ୍ୱାରେଂଟାଇନ କେନ୍ଦ୍ରରେ ଥିଲେ ।
ଭଦ୍ରକ ଜିଲ୍ଲାର ୨୮ ଜଣଙ୍କ ମଧ୍ୟରୁ ୧୭ ଜଣ ସୁରତରୁ, ୮ ଜଣ ପଶ୍ଚିମ ବଙ୍ଗର ତଥା ଦୁଇ ଜଣ ମହାରାଷ୍ଟ୍ର ଓ ଜଣେ ହାଇଦ୍ରାବାଦରୁ ଫେରିଛନ୍ତି । ଏମାନେ ସମସ୍ତେ କ୍ୱାରେଂଟାଇନ ସେଂଟରରେ ଥିଲେ । ସେହିପରି ବାଲେଶ୍ୱରର ୧୬ ଜଣଙ୍କ ମଧ୍ୟରୁ ୨ ଜଣ ସୁରତ, ୩ ଜଣ ପଶ୍ଚିମ ବଙ୍ଗ, ୧୦ ଜଣ ହାଇଦ୍ରାବାଦ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ସ୍ଥାନୀୟ ଲୋକ ମଧ୍ୟ ସଂକ୍ରମିତ ହୋଇଛି ।
ବଲାଙ୍ଗୀରର ଦୁଇ ଜଣ ଆକ୍ରାନ୍ତ ସୁରତରୁ ଫେରିଥିଲେ ଓ ସେମାନେ କ୍ୱାରେଂଟାଇନ ସେଂଟରରେ ଥିଲେ । ସେହିଭଳି ସୁନ୍ଦରଗଡର ସଂକ୍ରମିତ ଜଣଙ୍କ ଆନ୍ଧ୍ର ପ୍ରଦେଶରୁ ଫେରିଥିଲେ । ପୁରୀର ସାତ ଜଣ ସଂକ୍ରମିତଙ୍କ ମଧ୍ୟରେ ତିନି ଜଣ ପଶ୍ଚିମ ବଙ୍ଗ ଓ ତିନି ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣେ ସ୍ଥାନୀୟ ଲୋକ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିଭଳି ସମ୍ବଲପୁରରେ ଆକ୍ରାନ୍ତ ଜଣଙ୍କ ଅହମଦାବାଦରୁ ଫେରିଥିଲେ ଓ ସେ ମଧ୍ୟ କ୍ୱାରେଂଟାଇନରେ ଥିଲେ ।
Related Stories
November 25, 2024