ହାଇଦ୍ରାବାଦ – ଗତ କିଛି ଦିନ ହେବ ତେଲେଙ୍ଗାନାରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ରବିବାର ରାଜ୍ୟରେ ୫୫ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୫୦୯କୁ ବୃଦ୍ଧି ଘଟିଛି ।
ଆଜି ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗଙ୍କ ଅନୁଯାୟୀ, ଚିହ୍ନଟ ହୋଇଥିବା ୫୫ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୪୪ ଜଣ ହାଇଦ୍ରାବାଦର ନଗର ପାଳିକାର । ରାଜ୍ୟରେ ସଂପ୍ରତି ମୋଟ୍ ସକ୍ରିୟ ମାମଲା ୫୦୪ ରହିଛି । ଗତ ୨୪ ଘଂଟାରେ ୨୪ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏ ଯାବତ ମୋଟ୍ ୯୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୩୪ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରବାସୀ ଶ୍ରମ ଜୀବୀଙ୍କ ଆଗମନ ପରେ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଛି । ପ୍ରବାସୀ ଶ୍ରମିକଙ୍କ ସଂକ୍ରମିତ ସଂଖ୍ୟା ୫୨ରେ ପହଁଚିଛି ।