ନୂଆଦିଲ୍ଲୀ – ଜନ୍ସ ହପକିନ୍ସ ବିଶ୍ୱ ବିଦ୍ୟାଳୟର ଗବେଷକଙ୍କ ଅନୁଯାୟୀ ସମଗ୍ର ଦୁନିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ଲକ୍ଷ ୨୨ ହଜାର ୨୩୩କୁ ବୃଦ୍ଧି ଘଟିଛି । ମହାମାରୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩, ୧୩, ୨୬୬ ହୋଇଛି । ଆଶ୍ୱ୍ସ୍ତିକର ବିଷୟ ୧୮,୧୩,୦୨୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆସନ୍ତୁ ଜାଣିବା ସାର୍କ ଦେଶଗୁଡିକରେ କରୋନା ସ୍ଥିତି କେମିତି ରହିଛି ।
ଆଫଗାନିସ୍ତାନ
ସାର୍କ ଦେଶ ଉପରେ ନଜର ପକାଇଲେ ଆଫଗାନିସ୍ତାନରେ ଏ ପର୍ଯ୍ୟନ୍ତ ୬,୪୦୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ମହାମାରୀ କରୋନରେ ମୃତକଙ୍କ ସଂଖ୍ୟା ୧୬୮ ହୋଇଥିବା ବେଳେ ୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବାଂଲାଦେଶ
ବାଂଲାଦେଶରେ ଅଦ୍ୟାବଧି କରୋନା ସଂକ୍ରମିତ ସଂଖ୍ୟା ୨୦,୯୯୫ ହୋଇଛି । ସେଥିରୁ ୩୧୪ ଜଣଙ୍କ ପ୍ରାଣହାନୀ ଘଟିଛି । ଏହି ମହାମାରୀକୁ ୪,୧୧୭ ସଂକ୍ରମିତ ମାତ୍ ଦେଇ ଘରକୁ ଫେରିଛନ୍ତି ।
ଭୂଟାନ
ଭୂଟାନରେ ଅଦ୍ୟାବଧି ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ହେଲେ ସଂକ୍ରମିତଙ୍କ ମୃତ୍ୟୁ ଘଟିନାହିଁ । ପାଂଚ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭାରତ
ଭାରତରେ ଅଦ୍ୟାବଧି କରୋନା ସଂକ୍ରମିତ ସଂଖ୍ୟା ୯୦,୯୨୭ ରହିଛି । ମହାମାରୀରେ ମୃତକଙ୍କ ସଂଖ୍ୟା ୨,୮୭୨ ବୃଦ୍ଧି ଘଟିଛି । ଆଶ୍ୱସ୍ତିକର ବିଷୟ ୩୪, ୨୨୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣର ପ୍ରକୋପକୁ ଦୃଷ୍ଟିରେ ରଖି ମେ ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଛି ।
ମାଳଦ୍ୱୀପ
ମାଳଦ୍ୱୀପରେ ଏବେ ସୁଦ୍ଧା ୧୦୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୪ ଜଣ ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ପ୍ରକୋପକୁ ଆଖି ଆଗରେ ରଖି ଦେଶରେ ଆଂଶିକ ଲକଡାଉନ ଲାଗୁ ହୋଇଛି ।
ନେପାଳ
ନେପାଳରେ ଅଦ୍ୟାବଧି କରୋନା ସଂକ୍ରମିତ ସଂଖ୍ୟା ୨୯୧ରେ ରହିଛି । ଏହି ଭୂତାଣୁରେ ଜଣେ ହେଲେ ସଂକ୍ରମିତଙ୍କ ମୃତ୍ୟୁ ଘଟିନାହିଁ । ୩୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ପାକିସ୍ତାନ
ପାକିସ୍ତାନରେ କରୋନା ସଂକ୍ରମିତ ସଂଖ୍ୟା ୪୦,୧୫୧ ରହିଛି । ଏହି ମହାମାରୀରେ ଦେଶରେ ୮୭୩ ଜଣଙ୍କ ପ୍ରାଣହାନୀ ଘଟି ସାରିଲାଣି । ଆଶ୍ୱସ୍ତିକର ବିଷୟ ୧୧,୩୪୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଶ୍ରୀଲଙ୍କା
ଶ୍ରୀଲଙ୍କାରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୯୬୦ ରହିଛି । ମହାମାରୀ କରୋନାରେ ୯ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୫୨୦ ଜଣ ହସ୍ପିଟାଲରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।