
ଦିଗପହଣ୍ଡି:୧୬/୫ଚାଲି ଚାଲି ଆସୁଥିବା ପ୍ରବାସୀ ଙ୍କୁ ବ୍ରହ୍ମପୁର sp ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସହଯୋଗ ର ହାତ ବଢ଼ାଇ ତାଙ୍କର ଯାବତୀୟ ସୁବନ୍ଦୋବସ୍ତ କରି ଏବେ ଚର୍ଚ୍ଚାରେ।ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲା ର ୧୭ଜଣ ଶ୍ରମିକ ସୁଦୂର ଆନ୍ଦ୍ରପ୍ରଦେଶ ରାଜ୍ୟର ବିଜୟବାଡ଼ା ଠାରୁ ପାଦରେ ଚାଲି ଚାଲି ଆସି ବଡ଼ କଷ୍ଟରେ ଦିଗପହଣ୍ଡି ଠାରେ ପହଂଚି ଥିଲେ।ବ୍ରହ୍ମପୁର sp ଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଥାନା ଅଧିକାରୀ ସେମାନଙ୍କ ଖାଇବା ପାଇଁ ରାତ୍ରି ଭୋଜନ ପ୍ରଦାନ କରିଥିଲେ। ସେମାନଙ୍କ କଳାହାଣ୍ଡି ଯିବା ପାଇଁ ଥାନା ବାବୁ ନିଜସ୍ୱ ଖର୍ଚ୍ଚରେ ଗୋଟିଏ ମିନି ବସ ଭଡ଼ା କରି ତାଙ୍କ ଜନ୍ମଭୂମି କୁ ଛାଡିଥିଲେ।ଏଥିରେ ଦିଗପହଣ୍ଡି ର ସ୍ଥାନୀୟ କିଛି ସାମ୍ବାଦିକ ଭାଇ ତଥା ସ୍ୱେଚ୍ଛାସେବୀ ମଧ୍ୟ ସହଯୋଗ ର ଉପାୟ କରିଥିଲେ। sp ସାହେବ ଙ୍କ ଏପରି ଉଦାର ମାନସିକତା ପାଇଁ ଆଜି ଶ୍ରମିକ ମାନେ ତଥା ସମଗ୍ର ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। ରିପୋର୍ଟ ପ୍ରଫୁଲ ସାବତ