ଭୁବନେଶ୍ୱର, ୧୭ ମଇ ରାଜ୍ୟରେ ପୁଣି ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୮୨୮ରେ ପହଂଚିଛି । ସେହିପରି ରାଜ୍ୟରେ ଆଉ ଦୁଇ ଜଣ କରୋନା କାରଣରୁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫ରେ ପହଂଚିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ରାଜ୍ୟରେ କରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ଦୁଇ ଜଣ କରୋନା ଆକ୍ରାନ୍ତ ଗଂଜାମ ଜିଲ୍ଲାର । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୫ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ପ୍ରଥମ ମାମଲା ସାମନାକୁ ଆସିଛି । ସେହିପରି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୭ ଜଣ କ୍ୱାରେଂଟାଇନ କେନ୍ଦ୍ରର ବୋଲି ସୂଚନା ଦିଆ ଯାଇଛି । ସେହିପରି ଚାରି ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ସରପଂଚ ମଧ୍ୟ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ଏହି ୯୧ଜଣ ସଂକ୍ରମିତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୨୮ ଜଣ, ଗଂଜାମ ଜିଲ୍ଲାର ୧୫ ଜଣ, ବାଲେଶ୍ୱର ଜିଲ୍ଲାର ୧୭ ଜଣ, କଟକ ଜିଲ୍ଲାର ୧୨ ଜଣ, ପୁରୀ ଜିଲ୍ଲାର ୭ ଜଣ, କେନ୍ଦୁଝର ଜିଲ୍ଲାର ୪ ଜଣ, ଖୋର୍ଧା ଜିଲ୍ଲାର ୩ ଜଣ, ବଲାଙ୍ଗୀର ଜିଲ୍ଲାର ୨ ଜଣ, କେନ୍ଦ୍ରାପଡା, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।