ବ୍ରହ୍ମପୁର: ସ୍ଥାନୀୟ ଟାଉନ୍ ଥାନା ଅନ୍ତର୍ଗତ ଜାଗିଲି ସାହିରେ ମଦ୍ୟପ ସ୍ୱାମୀର ଅତ୍ୟାଚାର ସହିନପାରି ସ୍ତ୍ରୀ ଶୀଳପୁଆ ଛେଚି ସ୍ୱାମୀକୁ ହତ୍ୟା କରିବା ଘଟଣା ବ୍ରହ୍ମପୁର ସହରରେ ଶନିବାର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଟାଉନ୍ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତକରି ହତ୍ୟାକାରୀ ସ୍ତ୍ରୀକୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ, ଜାଗିଲି ସାହିର ବନମାଳି ବେହେରା ଓରଫ୍ ବେଙ୍ଗ ନାମକ ଜଣେ ମଦ୍ୟପ ଦୀର୍ଘଦିନଧରି ନିଜ ସ୍ତ୍ରୀ ସୁନୀତା ବେହେରାକୁ ଅକଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲା । ତାଙ୍କର ୫ଟି ସନ୍ତାନ ଥିବାବେଳେ ଘର ଚଳାଇବା ପାଇଁ କଷ୍ଟ ଅନୁଭବ କରୁଥିବା ସ୍ତ୍ରୀ ସୁନୀତା ଶୁକ୍ରବାର ରାତିରେ ମଦ୍ୟପ ସ୍ୱାମୀଙ୍କ ମାଡକୁ ସହ୍ୟ କରିନପାରି ଶିଳପୁଆ ଛେଚି ସ୍ୱାମୀ ବେଙ୍ଗକୁ ହତ୍ୟା କରିଛନ୍ତି । ପୋଲିସ ହତ୍ୟାକାରୀ ସ୍ତ୍ରୀ ସୁନୀତାକୁ ଗିରଫ କରିବା ସହ ଥାନା କେଶ୍ ନମ୍ବର ୯୫/୨୦ରେ ହତ୍ୟା ମାମଲା ରୁଜୁକରି କୋର୍ଟଚାଲାଣ କରିଛି । ସେପଟେ ବାପା ମରିବା ଓ ମା’ ଜେଲ୍ ଯିବାପରେ କୋମଳମତି ୫ଜଣ ଛୁଆଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଛି । ତାଙ୍କ ଜେଜେ ମା’ ପାଖରେ ସେମାନେ ଏବେ ରହିଥିବା ଜଣାପଡିଛି ।
Related Stories
November 25, 2024