-
ବିଭିନ୍ନ ମହଲରେ ଅସନ୍ତୋଷ
REPORT BY- SHIVRAM CHAUDHARY
ବ୍ରହ୍ମପୁର : ଗୁଜୁରାଟ ରାଜ୍ୟର ସୁରଥରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟ ଭାରତରେ କରୋନାକୁ ନେଇ ଲକ୍ ଡାଉନ୍ ଥିବାବେଳେ ଓଡ଼ିଶା ଫେରିବା ପାଇଁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରଥ ଜିଲ୍ଲାର ଆମ୍ରୋଲି ଥାନାର ସହାୟତା ନେଇଥିଲେ । ସେମାନଙ୍କ ଟିକେଟ୍ ବ୍ୟବସ୍ଥାକୁ ନେଇ ପୋଲିସର ସହଯୋଗ ମାଗୁଥିବା ବେଳେ ଥାନାରେ ପ୍ରବଳ ଭିଡ ଜମୁଥିଲା । ଗତ ଗୁରୁବାର ସନ୍ଧ୍ୟାରେ ଥାନାରେ ପ୍ରବଳ ଭିଡ ଜମିବା ସହ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାପରେ କେତେଜଣ ପୋଲିସ ଅଧିକାରୀ ଆମ୍ରୋଲି ଥାନା ଅନ୍ତର୍ଗତ ଅଞ୍ଜନି ଇଣ୍ଡଷ୍ଟ୍ରିଜ୍ରେ ରହୁଥିବା ଶ୍ରମିକଙ୍କ ପାଖରେ ପହଞ୍ôଚଥିଲେ । ପୋଲିସ ପହଞ୍ôଚବା ପୂର୍ବରୁ ଶ୍ରମିକମାନେ ସାମ୍ନାପଟେ ତାଲା ପକାଇ ଉପର ମହଲାରେ ରହିଥିଲେ । ପୋଲିସ ତାଲା ଭାଙ୍ଗି ଭିତରେ ପଶିବାପରେ ଉପର ମହଲାର ଏକ କୋଠରୀରେ ୭/୮ଜଣ ଓଡ଼ିଶାର ପ୍ରବାସୀ ଶ୍ରମିକ ରହିଥିବା ଦେଖି ତାଲା କିଏ ପକାଇଲା ପଚାରିଥିଲେ । ସେଥିମଧ୍ୟରେ ସତ୍ୟବାନ ସ୍ୱାଇଁ ନାମକ ଜଣେ ଯୁବକ ଆମେ ତାଲା ପକାଇ ନାହୁଁ ଆଉ କିଏ ପକାଇଛି ବୋଲି କହିବାପରେ ସତ୍ୟବାନଙ୍କୁ ଉପସ୍ଥିତ ଥିବା ପୋଲିସମାନେ ନିସ୍ତୁକ ମାଡ ମାରିଥିଲେ । ସତ୍ୟଙ୍କ ସହଯୋଗୀଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି । ପରେ ପୋଲିସ ଗୁରୁତର ସତ୍ୟଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ମୃତ ସତ୍ୟଙ୍କ ଅଭିଯୋଗ କରିଛନ୍ତି । ମୃତ ସତ୍ୟଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗ୍ରାମର ନାରାୟଣ ସ୍ୱାଇଁଙ୍କ ପୁଅ ସତ୍ୟବାନ ସ୍ୱାଇଁ ବୋଲି ଜଣାପଡିଛି । ଘରେ ତାଙ୍କର ମାନସିକ ଅସୁସ୍ଥ ଥିବା ୫ବର୍ଷର ପୁଅ ଥିବାବେଳେ ଖବରପାଇ ପରିବାରରେ ଶୋକରଛାୟା ଖେଳିଯାଇଛି । ସତ୍ୟବାନଙ୍କ ମୃତ୍ୟୁ ନେଇ ଉଚିତ ତଦନ୍ତ ସହ ପରିବାରକୁ ଆର୍ଥିକ ସହାୟତା ପାଇଁ ଦାବି କରିଛି ସୁରଥ ଓଡ଼ିଆ ସମାଜ । ଏଭଳି ଘଟଣା ପରେ ସାରା ଗ୍ରାମ ସ୍ତବ୍ଧ ହୋଇଯାଇଥିବା ବେଳେ ପିଟି ପିଟି ମାରି ଦେଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ସେପଟେ ଘଟଣାପରେ ସୁରଥରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମନରେ ଅସନ୍ତୋଷ ଦେଖାଦେବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ ମଧ୍ୟ ଦିଆଯାଇଥିବା ଜଣାପଡିଛି ।