ବ୍ରହ୍ମପୁର : ପାଣିଗ୍ରାହୀ ପେଣ୍ଠସ୍ଥିତ ରଘୁନାଥ ମନ୍ଦିର ନିକଟରେ ବିଜେପି ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଏକ ରକ୍ତଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବା ସମୟରେ ଭାରତୀୟ ଯୁବମୋର୍ଚ୍ଚା ଆନୁକୂଲ୍ୟରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ସାହାଯ୍ୟରେ ରକ୍ତଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଡାକରାରେ ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବା ବେଳେ ଲୋକେ ରକ୍ତ ଅଭାବ ଯୋଗୁ ଯେପରି ସଙ୍କଟରେ ନ ପଡନ୍ତି ସେଥିପାଇଁ ବିଜେପି ଏହି କାର୍ଯ୍ୟକ୍ରମକୁ ବ୍ୟାପକକରି ସାରା ଜିଲ୍ଳାରେ ରକ୍ତ ସଂଗ୍ରହ ଜାରି ରଖିଛି । ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି ଏହାର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁୂମାର, ଜିଲ୍ଲା ସମ୍ପାଦକ କିରଣ କୁମାର ସାହୁ, କମଳ କୁମାର ପାତ୍ର, ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024