ଭୁବନେଶ୍ୱର – ଲକ୍ ଡାଉନ୍ ସମୟରେ ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସଙ୍କ ନେତୃତ୍ୱରେ ଖାଦ୍ୟ ବଂଟନ ଜାରୀରହିଛି । ଏହି ପରିପ୍ରେକ୍ଷୀରେ ଗତକାଲି ୟୁନିଟ୍ ୯ ସ୍ଥିତ ମଙ୍ଗଳା ବସ୍ତିରେ ପାଖାପାଖି ୭୦୦ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା ।
ଆଦିତ୍ୟ ପ୍ରୀତମ ଦାସ ଓ ଅନ୍ୟ ଛାତ୍ର ନେତାମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ନିଯମକୁ ମାନି ଅତ୍ୟାବ୍ୟଶ୍ୟକ ଶୁଖିଲା ଖାଦ୍ୟ (ଚାଉଳ,ଡାଲି,ଆଳୁ,ପିଆଜ,ସାବୁନ,ତେଲ) ସହ ମାସ୍କ ଓ ସାନିଟାଇଜର ବାଂଟିଥିଲେ । ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧି ସଫାସୁତୁରା ରହିବାକୁ ସଚେତନସଚେତନ ମଧ୍ୟ କରିଥିଲେ । ଏହି ବଂଟନ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, ସମ୍ଭବ ପଟ୍ଟନାୟକ, ସୌମ୍ୟରଂଜନ ଜେନା ପ୍ରମୁଖ ସହଯୋଗ କରିଥିଲେ ।