
ବଦ୍ରିନାଥ – ଚାରି ଧାମ ମଧ୍ୟରୁ ଏକ ବଦ୍ରିନାଥ ଧାମର ଦ୍ୱାର ଆଜି ଶୁକ୍ରବାର ପ୍ରାତଃ ୪ଟା ୩୦ରେ ଖୋଲି ଦିଆଯାଇଛି । ଏହି ଅବସରରେ ବଦ୍ରିନାଥ ଧାମର ମୁଖ୍ୟ ପୂଜାରି, ଧର୍ମାଧିକାରୀ ଏବଂ ଅନ୍ୟ ପୂଜାସ୍ଥଳରୁ ଆସିଥିବା ୧୧ ଲୋକ ଉପସ୍ଥିତ ଥିଲେ । କରୋନା ଲକଡାଉନ କାରଣରୁ ଇତିହାସରେ ଏମିତି ପ୍ରଥମ ଥର ଘଟିଛି, ଯେବେ ଦ୍ୱାରା ଖୋଲାଯିବା ସମୟରେ ବଦ୍ରିନାଥ ଧାମରେ ଶ୍ରଦ୍ଧାଳୁ ଉପସ୍ଥିତ ନଥିଲେ ।
ଜ୍ୟୋଷ୍ଠ ମାସ, କୃଷ୍ଣ ଅଷ୍ଟମୀ ତିଥି, କୁମ୍ଭ ରାଶି ଧନିଷ୍ଠା ନକ୍ଷତ୍ର, ଏନ୍ଦ୍ରଧାତା ଯୋଗ ଶୁବ ମୁହୂର୍ତରେ ଆଜି ବଦ୍ରିନାଥର ଦ୍ୱାର ଖୋଲା ଯାଇଛି । ଏହି ସମୟରେ ସାମାଜିକ ଦୂରତାର ମଧ୍ୟ ପାଳନ କରାଯାଇଛି । ପୂଜାରୀ ମାସ୍କ ଲଗାଇଥିଲେ । ଏଥର ସେନାର ବ୍ୟାଣ୍ଡର ସୁମଧୁର ଧ୍ୱନି, ଭକ୍ତଙ୍କ ଗହଳି, ଭଜନ କୀର୍ତନର ମୂର୍ଚ୍ଛନା ବଦ୍ରିନାଥ ଧାମରେ ଶୁଣିବାକୁ ମିଳିନାହିଁ ।
ଦ୍ୱାରା ଖୋଲାଯିବା ନେଇ ଦେବସ୍ଥାନମ ବୋର୍ଡ ପକ୍ଷରୁ ପ୍ରସ୍ତୁତି ପୂରା କରାଯାଇଥିଲା । ସକାଳ ୩ଟାରୁ ବଦ୍ରିନାଥ ଧାମର ଦ୍ୱାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବୈଦିକ ମନ୍ତ୍ର ଉଚ୍ଚାରଣ ସହିର ଦ୍ୱାରା ପୂଜନ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ପ୍ରାତଃ ୪ଟା ୩୦ରେ ରାଫ୍ଲ ଈଶ୍ୱରୀ ପ୍ରସାଦ ନମ୍ବୁଦରୀ ଦ୍ୱାରା ଧାମର ଦ୍ୱାର ଖୋଲା ଯାଇଥିଲା । ମନ୍ଦିରର ଦ୍ୱାର ଖୋଲିବା ମାତ୍ରେ ମାତା ଲକ୍ଷ୍ମୀଙ୍କୁ ମନ୍ଦିରର ଗର୍ଭ ଗୃହରୁ ଅଣାଯାଇ ମନ୍ଦିର ପରିସର ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ସ୍ଥାପନ କରାଯାଇଥିଲା । ମନ୍ଦିର ଖୋଲିବା ପରେ ଉଦଘାଟନ ସମାରୋହରେ ଉପସ୍ଥିତ ସମସ୍ତ ଲୋକ ପୂଜାର କରି ଭଗବାନ ବଦ୍ରି ବିଶ୍ୱାଳଙ୍କୁ ସଂସାରକୁ ଶୀଘ୍ର କରୋନା ମୁକ୍ତ କରିବାକୁ କାମନା କରାଯାଇଥିଲା ।
ବଦ୍ରିନାଥ ମନ୍ଦିର ସମିତି ଦେବସ୍ଥାନମ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିଡି ସିଂହ କହିଛନ୍ତି, ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ପ୍ରଥମ ପୂଜା କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ବିଶେଷ ପୂଜାରେ ଭଗବାନ ବଦ୍ରିବିଶ୍ୱାଳ ଜୀ ଓ ତାଙ୍କ ପଂଚାୟତର ବିଶେଷ ଅଭିଷେକ କରାଯାଇଥିଲା । ଏତିରେ ପଂଚମେଓ୍ଵା, ପଂଚାମୃତ ଫୁଲ, ଫଳ, ତୁଳସୀର ସ୍ୱତନ୍ତ୍ର ମାଳା ଓ ଦକ୍ଷିଣ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଚଢା ଯାଇଥିଲା ।
ବଦ୍ରିନାଥ ଧାମକୁ ୧୦ କ୍ୱିଂଟାଲ ଗେଣ୍ଡୁ ଫୁଲରେ ସଜା ଯାଇଥଲା । ପୁ୍ଷ୍ପ ସେବା ସମିତି ଋଷିକେଷ ପକ୍ଷରୁ ମନ୍ଦିରକୁ ସୁସଜ୍ଜିତ କରାଯାଇଥିଲା । ବଦ୍ରିନାଥ ସିଂହ ଦ୍ୱାର, ମନ୍ଦିର ପରିସର, ପରିକ୍ରମା ସ୍ଥଳ, ତପ୍ତ କୁଣ୍ଡ ସହିତ ବିଭିନ୍ନ ସ୍ଥାନକୁ କ୍ରମାଗତ ସାନିଟାଇଜ୍ କରାଯାଉଛି ।
ଜିଲ୍ଲାପାଳ ସ୍ୱାତି ଏସ ଭଦୌରିଆ କହିଛନ୍ତି, ଧାମ ପରିସରରେ ସାମାଜିକ ଦୂରତାର ସଂପୂର୍ଣ୍ଣ ପାଳନ କରାଯିବ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ଜରୁରୀ । ଲକଡାଉନ ଅବଧି ପର୍ଯ୍ୟନ୍ତ ଧାମରେ ପହଁଚିଥିବା ପୂଜାରୀଙ୍କୁ ବିନା ପ୍ରଶାସନ ଅନୁମତିରେ ବଦ୍ରିନାଥ କ୍ଷେତ୍ରରୁ ଅନ୍ୟ ଜାଗାକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହା ପୂର୍ବରୁ ନିର୍ଦ୍ଧାରିତ ତିଥିରେ କେଦାରନାଥ, ଗଙ୍ଗୋତ୍ରୀ ଓ ୟମୁନେତ୍ରୀ ଧାମର ଦ୍ୱାରା ଖୋଲା ଯାଇଛି ।
ରାଜ୍ୟର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ତ ବଦ୍ରିନାଥ ଧାମର ଦ୍ୱାର ଖୋଲିବା ଅବସରରେ ଦେଶ-ବିଦେଶର ଶ୍ରଦ୍ଧାଳୁଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଆଶା ପ୍ରକାଶ କରିଛନ୍ତି ଯେ, ଶୀଘ୍ର କରୋନା ମହାମାରୀ ସମାପ୍ତ ହୋଇଯିବ । ଯଥାଶୀଘ୍ର ଉତରାଖଣ୍ଡ ଚାରଧାମ ଯାତ୍ରା ଆରମ୍ଭ ହେବ ଏବଂ ତୀର୍ଥ ଯାତ୍ରୀ ଦର୍ଶନ ଲାଗି ପହିଁଚି ପାରିବେ ।
ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ ବଦ୍ରିନାଥ ଧାମର ଦ୍ୱାର ଖୋଲିବା ଉପରେ ଅଭିନନ୍ଦନ ଜଣା ଯାଇଛି । ସେ କହିଛନ୍ତି ଭଗବାନ ବଦ୍ରିନାଥ ଧାମର ଦ୍ୱାର ଖୋଲିବା ପରେ ଏବେ ଉତରାଖଣ୍ଡର ଚାରି ଧାମର ଦ୍ୱାର ଖୋଲି ଯାଇଛି । ଉଚିତ୍ ସମୟରେ ଚାରି ଧାମର ଯାତ୍ରା ମଧ୍ୟ ଆରମ୍ଭ ହୋଇଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ସହ କ୍ରମାଗତ ଯୋଗାଯୋଗରେ ଅଛୁ ।