ଭୁବନେଶ୍ୱର- କୋବିଡ ଲଢେଇରେ ସାମ୍ବାଦିକମାନଙ୍କୁ ମଧ୍ୟ ମୃତ୍ୟୁ ପରବର୍ତୀ ସହାୟତା ୫୦ ଲକ୍ଷ ଟଙ୍କା କରା ଯାଉ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦାବି କରିଛନ୍ତି ।
ସେ କହିଛନ୍ତି ଯେ କୋଭିଡ୍ – ୧୯ ଜନିତ କାର୍ଯ୍ୟକ୍ରମରେ ବିଶେଷ କରି ଲକ୍ଡାଉନ୍ ସମୟରେ ସାମ୍ବାଦିକମାନେ ଯେଉଁଭଳି ଭାବରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ନିର୍ଭିକ, ନିରପେକ୍ଷ ଓ ସମ୍ବେଦନଶୀଳ ସମ୍ବାଦ ପରିବେଷଣ କରୁଛନ୍ତି, ତାକୁ ଯେଉଁ ଭାଷାରେ ପ୍ରଶଂସା କଲେ ବି ଉଣା ପଡିବ । ଏହି ସମ୍ବାଦ ପରିବେଷଣ ଦ୍ୱାରା ସାମାଜିକ କ୍ଷେତ୍ରରେ ଏକ ବଡ ସଚେତନତା ସୃଷ୍ଟି ହେବା ସହ ଅନେକାଂଶରେ କରୋନା ସଂକ୍ରମଣକୁ ରୋକାଯାଇ ପାରିଛି । ସେମାନଙ୍କର ଜୀବନ ବିପନ୍ନ ଜାଣି ରାଜ୍ୟ ସରକାର ସେମାନଙ୍କ ପାଇଁ ଏକ ୧୫ ଲକ୍ଷ ଟଙ୍କାର ମୃତ୍ୟୁ ପରବର୍ତୀ ସହାୟତା ଘୋଷଣା କରିଛନ୍ତି । ମାତ୍ର ଅନ୍ୟ କୋଭିଡ୍ ଯୋଦ୍ଧାମାନଙ୍କୁ ସହ ସରପଂଚମାନଙ୍କ କ୍ଷେତ୍ରରେ ଏହା ୫୦ ଲକ୍ଷ ଟଙ୍କା । ଏଣୁ ସରକାର ସାମ୍ବାଦିକମାନଙ୍କ କ୍ଷେତ୍ରରେ ସମପରିମାଣର ସହାୟତା ଘୋଷଣା କରିବା ଉଚିତ୍ । ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ସମସ୍ତ ସାମ୍ବାଦିକମାନଙ୍କର ସୁସ୍ୱାସ୍ଥ୍ୟ କାମନା କରୁଛି ବୋଲି ସେ କହିଛନ୍ତି ।