
ଅନୁଗୁଳ-ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ୱାରା ମିଳିଥିବା ସୂଚନା ମୁତାବକ ଜିଲ୍ଲାରୁ ଆଜି ସୁଦ୍ଧା 2604 ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଅଛି।ସେଥି ମଧ୍ୟରୁ 1919 ନମୁନା ର ରିପୋର୍ଟ ଆସି ସାରିଛି।ଆସିଥିବା ରିପୋର୍ଟରେ 15 ଜଣଙ୍କର କୋବିଡ଼-19 ପୋଜିଟିଭ ଥିବା ବେଳେ ଅବଶିଷ୍ଟ ଙ୍କ ର ନେଗେଟିଭି ଆସିଛି।ତେବେ ଅବଶିଷ୍ଟ ଥିବା 685 ସ୍ୱାବ ର ରିପୋର୍ଟ ଖବର ଲେଖା ଯିବା ପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ।ସେହିପରି ଶୁକ୍ରବାର ସୁଦ୍ଧା ଜିଲ୍ଲାରେ1424 ଜଣ ପ୍ରବାସୀ ଓଡ଼ିଆ ଆସି ସାରିଛନ୍ତି।ସେଥିମଧ୍ୟରୁ 350 ଜଣଙ୍କୁ ସଙ୍ଗରୋଧ ରୁ ମୁକ୍ତ କରାଯାଇ ଅଛି।ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ଯେ ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ 331ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇ ଅଛି।ଉକ୍ତ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ସମୁଦାୟ 11457 ଟି ବେଡ଼ ର ସୁବିଧା ଉପଲବ୍ଧ କରାଯାଇ ଅଛି।