-
ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
-
ଓଡିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କର ଅସ୍ତ ଘଟିଲା – ଧର୍ମେନ୍ଦ୍ର ପ୍ରଧାନ
-
ଭବାନୀ ବାବୁ ଶେଷ ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ ଥିଲେ
ଭୁବନେଶ୍ୱର – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ 99 ବର୍ଷ ହୋଇଥିଲା । ଗୁରୁବାର ସଂଧ୍ୟାରେ ତାଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଶୋକବାର୍ତାରେ କହିଛନ୍ତି ଯେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱର୍ଗବାସ ଖବର ଶୁଣି ମୁଁ ମର୍ମାହତ । ଖୁବ କମ ବୟସରୁ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇଥିଲେ ଭାବନୀ ବାବୁ ।
ତିନି ତିନି ଥର ରାଜ୍ୟସଭା ସାଂସଦ ଥିବା ଭବାନୀ ବାବୁ ଶେଷ ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ ଥିଲେ । ତାଙ୍କର ମୃତ୍ୟୁରେ ଓଡିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କର ଅସ୍ତ ଘଟିଲା । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତରେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।
ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତରେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।
ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ସିପିଆଇର ଶୋକ
ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ଆନ୍ତର୍ଜାତୀୟ କଳିଙ୍ଗ ଫାଉଣ୍ଡେସନର ଅଧ୍ୟକ୍ଷ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ବିୟୋଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ଗଭୀର ଶୋକ ପ୍ରକାଶ କରୁଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବାଲ୍ୟାବସ୍ଥାରୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେ ସ୍ୱାଧୀନତା ସଂଗ୍ରାମର ଆଗ୍ନେୟ ଇତିହାସ ତଥା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ନିଜର ଅଲିଭା ସ୍ୱାକ୍ଷର ରଖିଯାଇଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶାବାସୀ ଜଣେ ନିଷ୍ଠାପର ଗାନ୍ଧିବାଦୀଙ୍କୁ ହରାଇବା ସଙ୍ଗେ ସଙ୍ଗେ ଉତ୍କଳ ଜନନୀ ତାର ଜଣେ ଶ୍ରେଷ୍ଠ ସନ୍ତାନଙ୍କୁ ହରାଇଲା ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଏକ ଶୋକବାର୍ତ୍ତାରେ କହିଛନ୍ତି ।