ନୂଆଦିଲ୍ଲୀ, 15 ମଇ (ହି.ସ.) ଚୀନରୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ବିଶ୍ୱବ୍ୟାପୀ ୩ ଲକ୍ଷ ୩ ହଜାର ଲୋକଙ୍କର ଜୀବନ ନେଇସାରିଛି । ଶୁକ୍ରବାର ସକାଳ ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ଆହୁରି ୪୫ ଲକ୍ଷ ୨୦ ହଜାର ୭୦୧ ଜଣ ଲୋକ ଭାଇରସରେ ଆକ୍ରାନ୍ତ ଅଛନ୍ତି । ସେଥିରୁ ୧୭ ଲକ୍ଷ ୧ ହଜାର ୯୮୫ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଆହୁରି ୨୫ ଲକ୍ଷ ୧୫ ହଜାର ୬୫୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟଙ୍କ ମଧ୍ୟରୁ ୪୫ ହଜାର ୫୬୬ଙ୍କ ଅବସ୍ଥା ଗରୁତର ଅଛି ।
କରୋନା ଭାଇରସ ଆମେରିକାରେ ସବୁଠାରୁ ଅଧିକ ତାଣ୍ଡବ ରଚିଛି । ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ୧୪ ଲକ୍ଷ ୫୬ ହଜାର ୨୭୨ ଜଣ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮୬ ହଜାର ୮୯୫ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆହୁରି ୩ ଲକ୍ଷ ୧୭ ହଜାର ୮୬୧ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୧୦ ଲକ୍ଷ ୫୧ ହଜାର ୫୧୬ ଜଣ ଚିକିତ୍ସାଧୀନ । ଆମେରିକାରେ ୧୬ ହଜାର ୨୪୦ ଜଣ ଗୁରୁତର ଅଛନ୍ତି ।