ନୂଆଦିଲ୍ଲୀ – ଦେଶରେ କରୋନା କାରଣରୁ ମୃତକଙ୍କ ସଂଖ୍ୟା ୨ ହଜାର ୬୪୯କୁ ବୃଦ୍ଧି ପାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ଜଣଙ୍କ ଜୀବନ ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ସକାଳୁ ଏହି ସୂଚନା ଦିଆଯାଇଛି । ଏହି ମାରାତ୍ମକ ଭାଇରସରେ ୮୧ ହଜାର ୯୭୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୫୧ ହଜାର ୪୦୧ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୨୭ ହଜାର ୯୨୦ ଜଣ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତୁ୍ୟ ହୋଇଛି । ମହାରାଷ୍ଟ୍ରରେ ୨୭ ହଜାର ୫୨୪ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ୧୦୧୯ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୫୮୬, ମଧ୍ୟପ୍ରଦେଶରେ ୨୩୭, ଓ ପଶ୍ଚିମବଙ୍ଗରେ ୨୧୫ ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୨୫, ଦିଲ୍ଲୀରେ ୧୧୫ ଓ ତାମିଲନାଡୁରେ ୬୬ ଜଣ ଜୀବନ ହାରିଛନ୍ତି ।