
ବିଶାଖାପାଟଣା – ଆନ୍ଧ୍ରପ୍ରଦେଶରରେ ଏକ ଅଭାବନୀୟ ଘଟଣାରେ କୃଷି କ୍ଷେତ୍ରରୁ କାମ ସାରି ଘରକୁ ଆସୁଥିବା ଏକ ଟ୍ରାକ୍ଟର ବିଦ୍ୟୁତ ଖୁଣ୍ଟକୁ ଶକ୍ତ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଗୋଟିଏ ପରିବାରର ୬ ଜଣ ସମେତ ମୋଟ ୯ ଜଣଙ୍କ ଲୋକ ଜୀବନ ହରାଇଛନ୍ତି । ଏମାନେ ସମସ୍ତେ କୃଷି ଶ୍ରମିକ ଥିଲେ । ଏହି ଘଟଣାଟି ପ୍ରକାଶମ ଜିଲ୍ଲାର ।
ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ନାଗୁଲାପାଡୁ ବ୍ଲକର ରାପରଲା ଗାଁରେ କୃଷି ଫାର୍ମରୁ ଘରକୁ ଆସୁଥିଲା ଏକ ଟ୍ରାକ୍ଟର । ଟ୍ରାକ୍ଟରେ କିଛି ଲୋକ ବସିଥିଲେ । ଏଥିରେ ଗୋଟିଏ ପରିବାର ୬ ଜଣ ଲୋକ ମଧ୍ୟ ସାମିଲ ଥିଲେ । ଦୁର୍ଘଟଣାରେ ୭ ଜଣ ମହିଳା ଜୀବନ ହାରିଥିବା ବେଳେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଟ୍ରାକ୍ଟର ଚାଳକ ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲେ । ଫଳରେ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ପଡ଼ି ଲୋକଙ୍କର ଉପରେ ପଡ଼ିଥିଲା ।
ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ଓ ବିଦ୍ୟତ ବିଭାଗର କର୍ମଚାରୀ ପହଞ୍ଚିଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ମୃତକମାନଙ୍କୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି ।