
ବ୍ରହ୍ମପୁର- ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ଗୁରୁବାର କବିସୂର୍ଯ୍ୟନଗର ଅଂଚଳ ସମେତ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି। ସେଠାରେ ସେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ସୁରଟ ଫେରନ୍ତା ପ୍ରବାସୀ ତଥା କ୍ୱାରାଣ୍ଟାଇନ ସେଣ୍ଟରର ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନ୍ତେବାସୀଙ୍କୁ ଡ଼ିଆଇଜି ପରାମର୍ଶ ଦେଇଥିବା ସୂଚନା ମିଳିଛି l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ l ପୂର୍ବରୁ ଗଞ୍ଜାମ ଜ଼ିଲ୍ଲା କୁ ଅତିରିକ୍ତ ପୁଲିସ ମହାନିର୍ଦେଶକ ଏସ. କେ. ପ୍ରିୟଦର୍ଶନୀ ଓ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ଗ୍ରସ୍ତ ରେ ଆସି ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜ଼ିଲ୍ଲା ର ପୁଲିସ କର୍ମଚାରୀ ମାନଙ୍କ ସୁରକ୍ଷା ବଳୟ ଉପରେ ଅନୁଧ୍ୟାନ କରିବାସହ ପ୍ରବାସୀ ଓଡ଼ିଆ ମାନଙ୍କୁ ସମ୍ମାନ ସହ ଜ଼ିଲ୍ଲା ର ବିଭିନ୍ନ କ୍ଵାରେଣ୍ଟାଇନ ଗୁଡିକରେ ପହଂଚାଇବା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି l