ଯାଜପୁର – ଯାଜପୁର ଜିଲ୍ଲାରେ ଆଜି ୧୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ହୋଇଥିବା ୧୭ ଜଣ ପଜିଟିଭଙ୍କ ମଧ୍ୟରୁ ଜିଲ୍ଲାର ବରୀ ବ୍ଲକ୍ ରୁ ତିନି ଜଣ, ଦଶରଥପୁର ବ୍ଲକ୍ ରୁ ୧୦ ଜଣ, ଯାଜପୁର ବ୍ଲକରୁ ଜଣେ, ନରସିଂହ ଚୌଧୁରୀ (ଏନସି) କଲେଜ ସ୍ଥିତ ଅସ୍ଥାୟୀ କ୍ୱାରେଂଟାଇନ ସେଂଟରରୁ ତିନି ଜଣ ରହିଛନ୍ତି । ନୂଆ ଚିହ୍ନଟ ହୋଇଥିବା ସମସ୍ତ ୧୭ ଜଣଙ୍କର କୋଲକାତା ଲିଙ୍କ୍ ରହିଛି । ଏମାନେ ସମସ୍ତେ କ୍ୱାରେଂଟାଇନ ସେଂଟରର ବୋଲି ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଦ୍ୟାବଧି ଜିଲ୍ଲାର ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ପ୍ରକାଶ ଥାଉକି, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ପୂର୍ବରୁ ଜିଲ୍ଲାକୁ ରେଡ଼୍ ଜୋନ୍ ଅନ୍ତର୍ଭୁକ୍ତ କରାଯାଇଛି ।