ଧର୍ମଶାଳା,୧୪ମଇ(ହି.ସ.) – କରୋନା ସଂକ୍ରମଣ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ପ୍ରତିରୋଧ ନିମନ୍ତେ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଫଳରେ ଅନେକ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ବିଶେଷ କରି ନିର୍ମାଣ ଶ୍ରମିକମାନେ କାମଦନ୍ଦା ନ ପାଇ ଘରେ ବସି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ଫଳରେ ଅନେକ ନିର୍ମାଣ ଶ୍ରମିକ ସେମାନଙ୍କ ନାମ ପଞ୍ଜିକରଣ ଥାଇ ସେମାନେ ଏହି ସହାୟତାରୁ ବଂଚିତ ହୋଇଛନ୍ତି । ସେମାନେ ବ୍ରହ୍ମବରଦା ନିର୍ମାଣ ଶ୍ରମିକ କାର୍ଯ୍ୟାଳୟର ସଭାପତି ଓ ସମ୍ପଦକଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ । ହେଲେ ସେମାନଙ୍କ କଥା କେହି ଗୁରୁତ୍ୱ ନ ଦେବାରୁ ଶ୍ରମିକମାନେ ଆଜି ଗଣଧାରଣାରେ ବସିଥିବା ଜଣାପଡିଛି । ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ବନ୍ଧଡିହ ପଂଚାୟତ କାଯ୍ୟାାଳୟ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପଂଚାୟତର ୨ଶହରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ଧାରଣା ବସି ସେମାନଙ୍କ ସହାୟତା ପାଇଁ ଦାବି କରିଥିଲେ । ଖବର ପାଇ ବନ୍ଧଡିହ ସରପଂଚଙ୍କ ପ୍ରତିନିଧି ବିଜୟ କୁମାର ଜେନା ଘଟଣାସ୍ଥଳରେ ପଂହଚି ବିକ୍ଷୋଭକାରୀମାନଙ୍କ ସହ ଆଲୋଚନା କରିଥିଲେ । ନିର୍ମାଣ ଶ୍ରମିକମାନଙ୍କ ଏକ ଦାବି ପତ୍ର ରସୁଲପୁର ବିଡିଓଙ୍କ ଉଦ୍ଦେଶ୍ୟରେ ଶ୍ରୀ ଜେନାଙ୍କୁ ପ୍ରଦାନ କରିଥିଲେ । ସେମାନଙ୍କ ଦାବି ତୁରନ୍ତ ପୂରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ପଂଚାୟତ ଓ ନିର୍ମାଣ ଶ୍ରମିକ କାର୍ଯ୍ୟାଳୟ ଆଗରେ ଧାଣାରେ ବସିବେ ବୋଲି ଶ୍ରମିକ କୁଳମଣୀ ବେହେରା,ସୁଶାନ୍ତ ବାରିକ,ବିଶ୍ୱରଂଜନ ନାୟକ,ସୂର୍ଯ୍ୟମଣି ଓଝା,ନିରଞ୍ଜନ ବେହେରା,ସାବିତ୍ରୀ ହୋତା,ସୁଶାନ୍ତ ବିଶ୍ୱାଳ,ଧନେଶ୍ୱର ବେହେରା,ମହେଶ୍ୱର ଓଝା,ପ୍ରଶାନ୍ତ ସ୍ୱାଇଁ,ରବିନାରାୟଣ ସ୍ୱାଇଁ,ଅନନ୍ତ ଓଝା,ଅକ୍ଷୟ ଓଝା ଓ ଅଜୟ ଓଝାଙ୍କ ସମେତ ଶତାଧିକ ନିର୍ମାଣ ଶ୍ରମିକ ଦାବି କରିଛନ୍ତି । ସରପଂଚଙ୍କ ପ୍ରତିନିଧି ଶ୍ରୀ ଜେନା ଏନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପାିଁ ପ୍ରତିଶୃତି ଦେବା ପରେ ଏହି ଗଣଧାରଣା ଉଠିଥିଲା ।
Related Stories
November 24, 2024
November 24, 2024