
ନୂଆପଡା – ନୂଆପଡା ଜିଲ୍ଲାର ବିଭିନ୍ନ କ୍ବାରୋଇନ କେନ୍ଦ୍ର ମାନଙ୍କରେ ପ୍ରବାସୀ ଶ୍ରମିକଙ୍କ ସୁପରିଚାଳନା ସକାଶେ ପୁଲିସକୁ ନିୟୋଜନ କରାଯାଇଛି । ଗତ ଦିନ ମାନଙ୍କରେ ନୂଆପଡା ଜିଲ୍ଲାକୁ ୧ ହଜାରରୁ ଅଧିକ ଶ୍ରମିକ ଆସିଥିବା ବେଳେ କ୍ବାରୋଇନ କେନ୍ଦ୍ର ମାନଙ୍କରେ ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖô ପୁଲିସ ନିୟୋଜନ କରାଯାଇଥିବା ସୂଚନା ମିଳିଛି । ଗତ ଦିନ ମାନଙ୍କରେ ଖଡିଆଳ ବ୍ଲକର ତୁକଲା ଏବଂ ରିଷିଗାଁ କ୍ବାରୋଇନ କେନ୍ଦ୍ର ମାନଙ୍କରେ ୧୯୯ ଜଣ ଶ୍ରମିକ ଆସିଥିବା ବେଳେ ସେମାନେ କାହା ସହ ନିମିଶିବା ସହ କୌଣସି ଖରାପ ସ୍ଥିତି ସୃଷ୍ଟି ନହେବ ସେନେଇ ପୁଲିସ ନିୟୋଜନ କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ କେତେକ କ୍ବାରୋଇନ କେନ୍ଦ୍ର ମାନଙ୍କରେ ପ୍ରବାସୀ ଶ୍ରମିକ ମାନଙ୍କୁ ବିନା କାରଣରେ ହଇରାଣ ହରକତ କରାଯିବା ସହ ଠିକ ସମୟରେ ଖାଦ୍ୟ କିମ୍ବା ଜଳଖôଆ ଦିଆଯାଉନଥିବା ଅଭିେଯାଗ ହୋଇଛି । ଗତକାଲି ରାତ୍ର ୧୨ ଘା ସମୟରେ ଖଡିଆଳ ବ୍ଲକର ଗୋଟିଏ ଗ୍ରାମର ୧୫ ଜଣ ଶ୍ରମିକ ମୁମ୍ବାଇରୁ ଆସିଥିବା ବେଳେ ସେମାନଙ୍କୁ ଖଡିଆଳ ସ୍ଥିତ ରାଜା ଆର୍ତ୍ରାଣ ହାଇସ୍କୁଲ କ୍ବାରୋଇନ କେନ୍ଦ୍ରରେ ରଖାଯାଇଛି । ହେଲେ ରାତ୍ରରୁ ସେମାନଙ୍କୁ ସକାଳ ୨ ଘା ପର୍ଯ୍ୟନ୍ତ ଖାଇବା ତ ଦୂରର କଥା ପାଣି ମଧ୍ୟ େଯାଗାଇ ଦିଆଯାଇନଥିଲା । ଏନେଇ ସେମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଭିେଯାଗ କରିବାରୁ ଖଡିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କଥା ହୋଇ ଖାଇବା ବ୍ୟବସ୍ଥା କରିଥିଲେ । ଏପରି ଅନେକ ଅଭିେଯାଗ ଆସୁଥିବା ନଜିର ରହିଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।