
ନୂଆପଡା – ନୂଆପଡା ଜିଲ୍ଲା କଳା ଓ ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ନୂଆପଡା ଜିଲ୍ଲାପାଳ ଡ. ମଧୁସ୍ମିତା ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସଂଘ ୪୭୨୦୦ ଟଙ୍କାର ଏକ ଚେକ ମୁଖ୍ୟମନ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଖଡିଆଳ ବ୍ଲକରୁ ୨୦ ହଜାର, ବୋଡେନ ବ୍ଲକରୁ ୧୨ ହଜାର, ସିନାପାଲି ବ୍ଲକରୁ ୧୦ ହଜାର ଏବଂ ନୂଆପଡା ବ୍ଲକରୁ ୫୨୦୦ ଟଙ୍କା ସଂଗ୍ରହ କରି କୋଭିଡ-୧୯ ସକାଶେ ସହାୟତା ପ୍ରଦାନ କରାଯାଇଛି । ଏହି ସହାୟତା ପ୍ରଦାନ ବେଳେ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ ସଭାପତି ତ୍ରୀମନ ମାଝୀ, ଖଡିଆଳ ବ୍ଲକଉପସଭାପତି ଅମୂଲ୍ୟ କୁମାର ମୁଣ୍ଡ, ବୋଡେନ ବ୍ଲକ ଉପସଭାପତି ଉପେନ୍ଦ୍ର ସଲମା, ସିନାପାଲି ବ୍ଲକ ଉପସଭାପତି ଅଶୋକ ନାଏକ, ନୂଆପଡା ବ୍ଲକ ଉପସଭାପତି ନରେନ୍ଦ୍ର ହରପାଲ ତଥା ସଂସ୍କୃତି ସଂଘର କର୍ମକର୍ା ଅର୍ଜୁନ ଛତ୍ରୀଆ, ରାଧେଶ୍ୟାମ ବିଶି, ବୈକୁଣ୍ଠ ତାଣ୍ଡି, ଜଗତରାମ ନାଗ, ଦିନେଶ ମାଝୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।