ନୂଆପଡା, ୧୪ ମଇ (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ଠାରେ ଥିବା ଟେ, ଲାଇଟ/ସାଉଣ୍ଡ, ବେଲୁନ, ଫୁଲ ଡେକୋରେଟର୍ସ ସଂଘ ପକ୍ଷରୁ ଖଡିଆଳ ତହସିଲଦାର ସିନ୍ଧୁସୂତା ପାତ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ମହାମାରୀ କରୋନା ଭୂତାଣୁ ସଂକ୍ରମଣ େଯାଗୁଁ ସରକାର ଲକଡାଉନ ଘୋଷଣା ପରେ ଗତ ମାଚ୍ର୍ଚ ମାସରୁ ଟେଣ୍ଡ, ଲାଇଟ/ସାଉଣ୍ଡ, ବେଲୁନ, ଫୁଲ ଡେକୋରେଟର୍ସ ବ୍ୟବସାୟୀ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ା ବିଶେଷକରି ଗ୍ରୀଷ୍ମ ୪ ମାସ ସେମାନଙ୍କ ବ୍ୟବସାୟ ଅଧିକ ରହିଥାଏ । ଏହି ଋତୁରେ ବିବାହ, ବ୍ରତ ସହିତ ଅନେକ ପର୍ବପର୍ବାଣୀ ରହିଥାଏ ା କିନ୍ତୁ ଲକଡାଉନ କାରଣରୁ ସେମାନଙ୍କ ବ୍ୟବସାୟ ସµୂର୍ଣ୍ଣ ବନ୍ଦ ରହିଥିବା ବେଳେ ବର୍ମାନ ସେମାନେ ଆର୍ଥୀକ ସଙ୍କଟରେ ଗତି କରୁଛନ୍ତି । ଅନେକ ଏହି ବ୍ୟବସାୟୀ ମାନଙ୍କ ଭଡା ଘର, ମଣ୍ଡପ, ବ୍ୟାଙ୍କ ଲୋନ, ଟେଣ୍ଡ ଓ ଗାଡି ଲୋନ ମଧ୍ୟ ରହିଥିବା ଅଭିେଯାଗ କରି ସେମାନଙ୍କୁ ଆର୍ଥୀକ ସହାୟତା େଯାଗାଇ ଦେବାକୁ ଅନୁରୋଧ କରିଛନ୍ତି । ସଂଘର ଜ୍ୟୋତିଲାଲ ବଞ୍ଜାରେ, ରାଜେଶ କୁମାର ଦଣ୍ଡସେନା, କିଶୋର ଚନ୍ଦ୍ର ମାଝୀ, ଯୁଗଳ କିଶୋର ଦଣ୍ଡସେନା ସମେତ ଅନ୍ୟାନ୍ୟ ବ୍ୟବସାୟୀ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହାସହ ନୂଆପଡା ଜିଲ୍ଲାପାଳ, କଲାହାଣ୍ଡି ସାଂସଦ, ଖଡିଆଳ ବିଧାୟକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି ା ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ ସମନ୍ୱୟ
Related Stories
November 24, 2024
November 24, 2024