ମୁମ୍ବାଇ : ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ମହାରାଷ୍ଟ୍ରରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୧୪୯୫ ଜଣରେ ପହଞ୍ଚିଛି । ରାଜ୍ୟରେ ଯେଉଁ ୫୪ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରୁ ମୁମ୍ବାଇରୁ ୪୦ ଜଣ ସାମିଲ ଅଛନ୍ତି । ପୁଣେରେ ୬ ଜଣ, ଜଳଗାଓଁରେ ୨ ଜଣ, ସୋଲାପୁରରେ ୨ ଜଣ, ଔରଙ୍ଗାବାଦରେ ୨ ଜଣ, ଭସଇ ବିରାରରେ ଜଣେ ଓ ରତ୍ନଗିରିରେ ଜଣେ । ଏଥି ସହିତ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୯୭୫ରେ ପହଞ୍ଚିଛି ।
ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୨୫ ହଜାର ଅତିକ୍ରମ କରିସାରିଛି । ଏବେ ଏହା ୨୬ ହଜାର ନିକଟତର ହୋଇଛି । ରାଜ୍ୟରେ କରୋନା ଭାଇରସର ମୋଟ ପଜିଟିଭ ସଂଖ୍ୟା ୨୫ ହଜାର ୯୨୨ ବୋଲି କୁହାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ଚିନ୍ତାଜନକ । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ମୋଟ ୮୦୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହାରି ମଧ୍ୟରେ ମୁମ୍ବାଇରେ ଜଣେ ଏଏସ୍ଆଇଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଛି । ମୁମ୍ବାଇ ପୋଲସି କହିଛି ସେଭାରି ପୋଲିସ ଷ୍ଟେସନରେ ମୁତୟନ ଏଏସ୍ଆଇଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଡିଜିପି ଓ ମୁମ୍ବାଇ ପୋଲିସର ପୂରା ଟିମ ଏହି ପୋଲିସକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କର ସେବା ଓ ସମର୍ପଣ ଭାବକୁ ମହାରାଷ୍ଟ୍ର ପୋଲିସ ଓ ଜନତା ସବୁବେଳେ ମନେ ରଖିବେ ।