ନୂଆଦିଲ୍ଲୀ. ବେଆଇନ ଭାବେ ରପ୍ତାନୀ କରାଯାଉଥିବା ମାସ୍କ ଓ ସାନିଟାଇଜରକୁ କଷ୍ଟମ ବିଭାଗ ଜବତ କରିଥିବା ଜଣା ପଡିଛି ।
ଦେଶରେ ବର୍ତ୍ତମାନ କରୋନା ଭାଇରସର ଆତଙ୍କ ଦୃଷ୍ଟିରେ ରଖି ବର୍ତ୍ତମାନ ଦେଶରେ ଚିକିତ୍ସା ସାମଗ୍ରୀର ଆବଶ୍ୟକତା ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । କିନ୍ତୁ ଏଭଳି ପରିସ୍ଥିତି କିଛି ଅସାଧୁ ଲୋକ ଏହାକୁ ଏକ ସୁଯୋଗ ଭାବି ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି | ରାଜଧାନୀ ଦିଲ୍ଲୀର ବମାନବନ୍ଦରରେ ଥିବା କଷ୍ଟମ ଅଧିକାରୀଙ୍କ ଦ୍ୱାରା ବହୁ ସଂଖ୍ୟକ ମାସ୍କ, ସାନିଟାଇଜର ଏବଂ ପିପିଇ କିଟ୍ ଜବତ କରାଯାଇଛି। ଏସବୁକୁ ଗୁପ୍ତରେ ବିଦେଶକୁ ନିଆଯାଉଥିଲା ବୋଲି ସୂଚନା ମିଳିଛି, ଏହି ସବୁ ସାମଗ୍ରୀ ବିଦେଶ ରପ୍ତାନୀ ହେବା ପୂର୍ବରୁ ଏମାନଙ୍କ ଯୋଜନାକୁ ଭଣ୍ଡୁର କରିଦେଇଛି କଷ୍ଟମ ବିଭାଗ |
ଦିଲ୍ଲୀ କଷ୍ଟମର ଏୟାର କାର୍ଗୋ ଏ ବିଷୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା, ଯାହା ପରେ ଏହି ଦ୍ରବ୍ୟକୁ ଟ୍ରାକ କରାୟିବା ଆରମ୍ଭ କରିଥିଲା | ଜବତ ହୋଇଥିବା ସାମଗ୍ରୀ ମଧ୍ୟରୁ ପ୍ରାୟ 5.08 ଲକ୍ଷ ମାସ୍କ, 57 ଲିଟର ସାନିଟାଇଜର ଯଥା 950 ବୋତଲ ଏବଂ 950 ପିପିଇ କିଟ୍ ଜବତ କରାଯାଇଛି | ନୂଆଦିଲ୍ଲୀ ବିମାନହନ୍ଦରର କାର୍ଗୋ ଟର୍ମିନାଲରେ କଷ୍ଟମ ବିଭାଗ ଏହି ସମସ୍ତ ସାମଗ୍ରୀ ଜବତ କରିଛି। କୁହାଯାଉଛି ଯେ ଏହି ସମସ୍ତ ସାମଗ୍ରୀ ଚୀନକୁ ପଠାଯାଉଥିଲା ବୋଲି ।
ଏହି ସାମଗ୍ରୀ ବ୍ୟତୀତ, କଷ୍ଟମ ବିଭାଗ 2480 କିଲୋଗ୍ରାମର କଞ୍ଚାମାଲକୁ ମଧ୍ୟ ଜବତ କରିଛି । ଏହି କଞ୍ଚାମାଲ ମଧ୍ଯ ଚାଇନାକୁ ପଠାଯାଉଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ କଷ୍ଟମ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏହି ସବୁ ସାମଗ୍ରୀ କିଏ ଓ କାହିଁକି ବିଦେଶକୁ ପଠାଉଥିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ବେଆଇନ ଭାବେ ବିଦେଶକୁ ପଠାଯାଉଥିଲା ବୋଲି କଷ୍ଟମ ବିଭାଗ ସ୍ପଷ୍ଟ କରିଛି ।
କରୋନା ଜୀବାଣୁ ମହାମାରୀ ମଧ୍ୟରେ ଦେଶରେ ଏକ ସଙ୍କଟଜନକ ପରିସ୍ଥିତି ଥିବା ବେଳେ, ଏଭଳି ପରିସ୍ଥିତିରେ ଭାରତ ସରକାର ବହୁ ଚିକିତ୍ସା ସାମଗ୍ରୀ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମାର୍ଚ୍ଚ 19 ରେ ସରକାର ଏହି ସାମଗ୍ରୀର ରପ୍ତାନି ବନ୍ଦ କରିଦେଇଥିଲେ। ସେଗୁଡ଼ିକ ମଧ୍ୟରେ ସାନିଟାଇଜର, ମାସ୍କ ମଧ୍ୟ ଅନ୍ତର୍ଭୁକ୍ତ | ଏହି ସମୟରେ, ଏହି ସଙ୍କଟ ଯୋଗୁଁ ଭାରତରେ N-95 ମାସ୍କ ଏବଂ ପିପିଏ କିଟ୍ ଆମ ଦେଶରେ ତିଆରି କରିବା ଆରମ୍ଭ କରିଛି |
କରୋନା ଜୀବାଣୁ ବିରୁଦ୍ଧରେ ଲଢେଇରେ ଏହି ସମସ୍ତ ଆଇଟମଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଭାରତ ସରକାର ମଧ୍ୟ ଏହି ସମସ୍ତ ଦ୍ରବ୍ୟ ଗୁଡିକୁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ କରିଛି ଏହିପରି ଭାବରେ ବେଆଇନ ଭାବରେ ବିଦେଶକୁ ରପ୍ତାନି କରିବା ଏକ ବଡ ଗୁରୁତର ଅପରାଧ |
Related Stories
November 24, 2024
November 24, 2024