-
ଗଞ୍ଜାମରେ 42, ଖୋର୍ଦ୍ଧା ରେ 3, ଭଦ୍ରକରେ 9, ଯାଜପୁରରେ 17, ସୁନ୍ଦରଗଡରେ 2 ଚିହ୍ନଟ
-
ଲୋକମାନେ ଟୁଇଟ୍ କରିବା ପରେ ଲୋକସମ୍ପର୍କ ବିଭାଗ ତଥ୍ୟକୁ ସଂଶୋଧନ କଲା
ଭୁବନେଶ୍ୱର/ବ୍ରହ୍ମପୁର : ଗୁରୁବାର ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରକାଶ ପାଇଛି ନୂତନ କରୋନା ରୋଗୀଙ୍କ ସଂଖ୍ୟା।
ଏହି ସଂଖ୍ୟାଗୁଡିକ ପ୍ରଥମେ ଏକ ମିସ୍ ମ୍ୟାଚ୍ ଥିଲା | ରାଜ୍ୟର ସୂଚନା ଓ ଜନସମ୍ପର୍କ ବିଭାଗ ଆଜି 73 ଟି ନୂଆ ମାମଲା ବିଷୟରେ ଟୁଇଟ୍ କରି ସୂଚନା ଦେଇଛି, କିନ୍ତୁ ଦିଆଯାଇଥିବା ଜିଲ୍ଲା ୱାରି ସଂଖ୍ୟା ପ୍ରକାରେ ଏହି ସଂଖ୍ୟା 74 ଥିଲା। ପୂର୍ବ ସୂଚନାରେ, ଗଞ୍ଜାମରେ 43 ନମ୍ବର ଉଲ୍ଲେଖ କରାଯାଇଥିଲା, ସେଥିମଧ୍ୟରୁ ଗୋଟିଏ କଟାଯାଇଛି। ବର୍ତ୍ତମାନ ରାଜ୍ୟରେ ରୋଗୀଙ୍କ ସଂଖ୍ୟା 611 କୁ ବୃଦ୍ଧି ପାଇଛି। ଗତକାଲି ପର୍ଯ୍ୟନ୍ତ ରୋଗୀଙ୍କ ସଂଖ୍ୟା 538 ଥିଲା।
ଗଞ୍ଜାମରେ 42 ଜଣ,ଖୋର୍ଦ୍ଧା 3, ଭଦ୍ରକରେ 9, ଯାଜପୁରରେ 17 , ସୁନ୍ଦରଗଡରେ 2 କୋରାନା ରୋଗୀ ଆଜି ଚିହ୍ନଟ ହୋଇଛନ୍ତି।
ଭଦ୍ରକର 9 ରୋଗୀଙ୍କ ମଧ୍ୟରୁ 5 ଜଣ ସୁରଟରୁ, 3 ପଶ୍ଚିମବଙ୍ଗରୁ ଏବଂ 1 କର୍ଣ୍ଣାଟକରୁ ଫେରିଛନ୍ତି। ସେମାନେ ସମସ୍ତେ କ୍ୱାରାଣ୍ଟିନରେ ଥିଲେ |
ଜଜପୁରରେ 17 ଜଣ ପଶ୍ଚିମବଙ୍ଗରୁ ଆସି କ୍ୱାରାଣ୍ଟିନରେ ଥିଲେ।
ଉଭୟ ସୁନ୍ଦରଗଡର ଅସ୍ଥାୟୀ ମେଡିକାଲ୍ ସେଣ୍ଟର୍ ରେ ଥିଲେ| ସେହି ଭଳି
ଖୋର୍ଦ୍ଧା ର ,3 ପଜିଟିଭ୍ ସୁରଟରୁ ଫେରିଛନ୍ତି ଏବଂ ସମସ୍ତେ କ୍ୱା କୋରଣ୍ଟିନରେ ଥିଲେ |
ଗଞ୍ଜାମର 42 ରୋଗୀ ସୁରଟରୁ ଫେରିଛନ୍ତି ଏବଂ ସମସ୍ତେ କ୍ୱାରାଣ୍ଟିନରେ ଥିଲେ।
ରାଜ୍ୟରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା 465 ଥିବାବେଳେ 3ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି।