ବ୍ରହ୍ମପୁର: ସଦର ଥାନା କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହିଗାଁ ରାଜନୈତିକ ଶତ୍ରୁତାକୁ ନେଇ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି । ଗତ ଶନିବାର ସନ୍ଧ୍ୟାରେ ପୂର୍ବତନ ବ୍ଲକ୍ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କୁ ରାଜନୈତିକ ଶତ୍ରୁତା କାରଣରୁ ଗ୍ରାମ ପୋଖରୀ ନିକଟରେ ଆକ୍ରମଣ ହୋଇଥିଲା । ସେହି ଗ୍ରାମର କିଛି ଯୁବକ ଏହି ଆକ୍ରମଣରେ ସମ୍ପୃକ୍ତ ଥିବାନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ମାମଲାରେ ମୋଟ ୬ଜଣଙ୍କ ନାମରେ ଏତଲା ହୋଇଥିବା ବେଳେ ସଦର ଥାନା ପୋଲିସ ୪ଜଣଙ୍କୁ ଗିରଫକରି ବୁଧବାର କୋର୍ଟଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୨ଜଣ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି । ଆକ୍ରମଣ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ପୁଅ ସାମିଲ୍ ଥିବାନେଇ ଆକ୍ରମଣର ଶିକାର ହୋଇଥିବା ପୂର୍ଣ୍ଣ ଥାନାରେ ଅଭିଯୋଗ କରିବାପରେ ଘଟଣାଟି ରାଜନୈତିକ ମୋଡ ନେଇଥିଲା । ସୂଚନାଯୋଗ୍ୟ ଯେ, ରୋହିଗାଁରେ ୨ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନର ବାଦବିବାଦ ରହିଛି । ବର୍ତ୍ତମାନ ଥିବା ସରପଞ୍ଚଙ୍କ ପୁଅ ବଶିଷ୍ଟ ଜେନା ଓ ପୂର୍ଣ୍ଣ ଜେନାଙ୍କ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା । ୨ଗୋଷ୍ଠୀର ଆକ୍ରମଣକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଶିଷ୍ଠ ପୂର୍ବରୁ ତିନି ତିନିଟି ହତ୍ୟା ଓ ହତ୍ୟା ଉଦ୍ୟମ ଘଟଣାରେ ଜେଲ୍ଯାଇ ଜାମିନ୍ରେ ଆସିଛନ୍ତି । ୨୦୧୫ମସିହା ସେପ୍ଟେମ୍ବର ୯ତାରିଖରେ ବଶିଷ୍ଠ ପୂର୍ଣ୍ଣ ଜେନାଙ୍କୁ ପ୍ରଥମେ ଆକ୍ରମଣ କରିଥିବା ବେଳେ ସେତେବେଳେ ୧୨ଜଣଙ୍କ ନାମରେ ଏତଲା ହୋଇଥିଲା । ସେହିବର୍ଷ ଅକ୍ଟୋବର ୧୨ତାରିଖରେ ଅଭିଯୁକ୍ତଙ୍କ ଗୋଷ୍ଠୀର ୯ଜଣ ମିଶି ଶଙ୍କର ଜେନାଙ୍କୁ ଆକ୍ରମଣ କରିଥିଲେ । ଦୁଇ ଦୁଇଟି ହତ୍ୟା ଉଦ୍ୟମପରେ ତାଙ୍କ ବିପକ୍ଷ ଗୋଷ୍ଠୀ ଅଶୋକ ଜେନାଙ୍କୁ ୨୦୧୭ ମାର୍ଚ୍ଚ ୧୭ତାରିଖରେ ଗାଁ ମଝିରେ ଖଣ୍ଡାରେ ଆକ୍ରମଣକରି ବଶିଷ୍ଠ ଗୋଷ୍ଠୀ ହତ୍ୟା କରିଥିଲେ । ଏହି ଘଟଣାରେ ବଶିଷ୍ଠଙ୍କ ସମେତ ୧୦ଜଣଙ୍କୁ ପୋଲିସ ଗିରଫକରି ଜେଲ୍ ପଠାଇଥିଲା । ପରେ ସେମାନେ ଜାମିନ୍ରେ ଆସିବାପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୁ ତୁ ମେ ମେ ଲାଗି ରହିଥିଲା । ଚଳିତ ମାସ ୯ତାରିଖରେ ପୁଣି ପୂର୍ଣ୍ଣ ଜେନାଙ୍କୁ ଆକ୍ରମଣ କରିଥିଲେ । ବାରମ୍ବାର ପୂର୍ଣ୍ଣଙ୍କ ଗୋଷ୍ଠୀ ଉପରେ ଆକ୍ରମଣ ହେଉଥିବା ବେଳେ ତାଙ୍କ ଭାଇକୁ ହତ୍ୟା ହୋଇଥିବା ଯୋଗୁ ବର୍ତ୍ତମାନ ପୂର୍ଣ୍ଣଙ୍କ ପରିବାର ଲୋକେ ଭୟଭୀତରେ ଅଛନ୍ତି । ସେପଟେ ପୂର୍ଣ୍ଣଙ୍କ ଅଭିଯୋଗପାଇ ପୋଲିସ ୧୩୧/୨୦ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ବୁଧବାର ଦିନ ଘଟଣାରେ ସମ୍ପୃକ୍ତ ରୋହିଗାଁର ଟୁନା ସେଠୀ(୨୩), ପ୍ରଭାକର ଜେନା(୨୪), ଟୁଲୁ ଜେନା(୨୫), ଭିକାରୀ ଜେନା ଓରଫ୍ ଭିକୁ ଜେନା(୨୫)ଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବା ସଦର ଥାନାଧିକାରୀ ସନ୍ତୋଷିନୀ ଓରାମ୍ ସୂଚନା ଦେଇଥିବା ବେଳେ ପୂର୍ଣ୍ଣ କରିଥିବା ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ବଶିଷ୍ଠ ଜେନା ଓ ବାବୁଲା ଜେନା ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି ।

Related Stories
November 24, 2024
November 24, 2024