ବ୍ରହ୍ମପୁର: ବୁଧବାର ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଚିକିଟି ସବ୍ଡିଭିଜନ ଅନ୍ତର୍ଗତ ଜରଡା ଥାନା ପରିଦର୍ଶନ ସହ ଥାନା ଇଲାକାରେ ଥିବା ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବୁଲି ଦେଖି ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ କିପରି ରହୁଛନ୍ତି, ସେମାନଙ୍କ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ନାହିଁ ଆଦି ବୁଝିବା ସହ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜରଡା ଥାନାକୁ ଯାଇ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ସୁସ୍ଥ ରହିବାକୁ କହିବା ସହ ଅନ୍ୟଙ୍କୁ ସୁସ୍ଥ ରଖିôବା ପାଇଁ ପରାମର୍ଶ ଦେବାକୁ କହିଥିଲେ । କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଜିଲ୍ଲାରେ ବଢ଼ୁଛି ।ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଦୂର ଦୂରରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ କରିବା ସହ ରାସ୍ତାରେ ଯାଉଥିବା ପ୍ରବାସୀଙ୍କୁ ଖାଦ୍ୟ ପ୍ରଦାନ ଓ ମାସ୍କ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ କହିଥିଲେ । ଏହାପରେ ତୁମ୍ବା ଫାଣ୍ଡି ଅଞ୍ଚଳକୁ ଯାଇ ଫାଣ୍ଡି କର୍ମଚାରୀଙ୍କୁ ମାସ୍କ ବଣ୍ଟନ କରିଥିଲେ । ଏସ୍ପିଙ୍କ ସହ ଜରଡା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଉପସ୍ଥିତ ଥିଲେ ।
Related Stories
November 24, 2024