ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଂଚଳର ଜଣେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ କରାଯାଇଛି । ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା । ଭିଡ଼ିଓ ଭାଇରାଲ୍ ହେବା ପରେ ଆଜି ପୀଡ଼ିତା ଜୁନାଗଡ଼ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା ୨୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଭିଡ଼ିଓ ସୁଟ୍ ହୋଇଥିବା ଅନୁମାନ କରାଯାଉଛି ।
ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି ଯେ, ସେ ଜଣେ ଏଏନଏମ୍ ଛାତ୍ରୀ । ଘଟଣା ଦିନ ସେ ଭବାନୀପାଟଣାରୁ ନିଜ ଘରକୁ ଫେରୁଥିଲେ । ଜାରିଙ୍ଗ ଜଙ୍ଗଲ ନିକଟରେ ୫ରୁ ୬ ଜଣ ଯୁବକ ଆସି ତାଙ୍କୁ ଛୁରୀ ଦେଖାଇ ଜୋରଜବରଦସ୍ତ ଜଙ୍ଗଲ ଭିତରକୁ ଉଠାଇ ନେଇଥିଲେ । ଏହା ପରେ ସେମାନେ ଜଣକ ପରେ ଜଣେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ତେବେ ଏହି ଭିଡ଼ିଓରେ ଦୁର୍ବୃତମାନେ ନିଜ ମୁହଁ ଘୋଡାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପାଇଁ ଆଉ ଏକ ଚ୍ୟାଲେଞ୍ଜ ହୋଇଛି ।