ଭଦ୍ରକ – ଭଦ୍ରକ ପାୟତ ସମିତି ଅନ୍ତର୍ଗତ ଅନ୍ନପାଳ- ରାଜୁଆଳିବିନ୍ଧା (ରାଜମୁକୁନ୍ଦପୁର) ଓ ଆରଆଇ ଅଫିସ୍ ଠାରୁ ଦେଉଳପାଳ (ବାରିକ୍ପୁର) ପର୍ଯ୍ୟନ୍ତ ଆର.ଡ଼ି. ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏହି ୯କି.ମି. ରାସ୍ତାଦେଇ ପ୍ରତ୍ୟେକ ଦିନ ଭଦ୍ରକ, ତିହିଡ଼ି, ଧାମନଗର ତିନୋଟି ବ୍ଲକର ପ୍ରାୟ୧୦ଟି ପାୟତର ଶହଶହ ଲୋକମାନେ ଦୈନଦିନ ଯାତାୟାତ କରିଥାନ୍ତି। ଏତଦ୍ ବ୍ୟତୀତ ଅନ୍ନପାଳ, ତଳଗୋପବିନ୍ଧା, ବିଲଣା, କୁବେରା ଓ କଟସାହି ଗ୍ରା.ପ.ର ୩୦ରୁ ଉଦ୍ଧ୍ର୍ବ ଗ୍ରାମାବାସୀମାନେ ଜିଲ୍ଲା କାର୍ଯ୍ୟାଳୟ ,ପାୟତ ସମିତି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସ୍କୁଲ, କଲେଜ, କୋର୍ଟ କଚେରୀ, ମେଡ଼ିକାଲକୁ ଯାତାୟାତ କରନ୍ତି। ପ୍ରକାଶ ଥାଉକି ଭଦ୍ରକ ଗ୍ରାମ୍ୟଉନ୍ନୟନ ବିଭାଗ ଆରଡି-.୧ ଅଧିନରେ ଅନ୍ନପାଳଠାରୁ ରାଜମୁକୁନ୍ଦପୁର ପର୍ଯ୍ୟନ୍ତ ୫କି.ମି. ରାସ୍ତା ଏବଂ ଆର.ଆଇ ଅଫିସ ଠାରୁ ଦେଉଳପାଳ ବାରିକ୍ପୁର ପର୍ଯ୍ୟନ୍ତ ୪କି.ମି.ରାସ୍ତା ପ୍ରଧାନମନ୍ରୀ ଗ୍ରାମ୍ୟସଡ଼କ େଯାଜନାରେ ଅନ୍ତଭୂକ୍ର୍ତ ଅଟେ। ଏହି ରାସ୍ତାଟି ପୂର୍ବରୁ ପ୍ରଧାନମନ୍ରୀ ଗ୍ରାମ୍ୟସଡ଼କ େଯାଜନାରେ ନିର୍ମାଣ ହୋଇଥିଲା। ନିର୍ମାଣପରେ ରାସ୍ତାର ରକ୍ଷଣାବେକ୍ଷଣର ଅବଧି ଶେଷ ହୋଇଯାଇଥିଲେ ମଧ୍ଯ ମରାମତି ଅଭାବରୁ ରାସ୍ତାଟି ଜରାଜିର୍ଣ୍ଣ ହୋଇପଡ଼ିଛି। ଏହି ରାସ୍ତାଟି ମରଣ ଯନ୍ରାରେ ପାଲଟି ଯାଇଛି। ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହେବାସେଙ୍ଗ ସେଙ୍ଗ ଦୁର୍ଘଟଣା ସମୟରେ ଗାଁକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଆସି ପାରୁ ନାହó। ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଜମିବା ସହ ଖାଲଖମରାରେ ଯାତ୍ରୀମାନେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଗ୍ରାମାଳ ରାସ୍ତାର ନିର୍ମାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖଚ୍ର୍ଚ କରାଯାଉଥିଲେ ମଧ୍ଯ ଜିଲ୍ଲାର ସଦର ମହକୁମା ଠାରୁ ମାତ୍ର ୧୦କି.ମି. ଦୂରରେ ଥିବା ଏହି ରାସ୍ତାର ଅବସ୍ଥା ଏଭଳି େଯ ଯାହାକୁ ନେଇ ଭାରତୀୟ ଜନତାପାଟି ସାତଭଉଣୀ ମଣ୍ଡଳ ପକ୍ଷରୁ କର୍ମକର୍ାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ରାସ୍ତାକୁ ତୁରନ୍ତ ମରାମତି ପାଇଁ ସାତଭଉଣୀମଣ୍ଡଳର ସଭାପତି ଆଦିକନ୍ଦ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଳାପାଳଙ୍କୁ ଭେଟି ଦାବୀଉପସ୍ଥାପନା କରିଛନ୍ତି। ଉକ୍ତ ରାସ୍ତାଟି ଯଥାଶୀଘ୍ର ମରାମତି କରାନଗଲେ ମଣ୍ଡଳ ପକ୍ଷରୁ ଆଗାମୀ ଦିନରେ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ଯରେ ବିନୋଦ କୁମାର ନାୟକ, ନରହରି ବିଶ୍ବାଳ, ଗୋପାଳ ଚନ୍ଦ୍ର ରାଉତ, ଲକ୍ଷ୍ମୀକାନ୍ତ ଜେନା, ପ୍ରହ୍ଲାଦ ସ୍ବାଇଁ, ସୁରେନ୍ଦ୍ର ଦାସ, ଉମେଶ ଚନ୍ଦ୍ର ଗୁପ୍ତା, ଅଲେଖ ମହାଳିକ, ଅରିକ୍ଷିତ ସାହୁ, ମହେନ୍ଦ୍ର ମହାଳିକ, ଉମାକାନ୍ତ ମହାଳିକ, ଗୋପବନ୍ଧୁ ମହାଳିକ, ବୈକୁଣ୍ଠ ନାଥ ଜେନା ପ୍ରମୁଖ ଶତାଧିକ କର୍ମୀ େଯାଗଦେଇଥିଲେ।
Related Stories
November 23, 2024
November 23, 2024
November 23, 2024